ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଜୁନ ୧ ତାରିଖରେ ହେବାକୁ ଯାଉଛି ଶେଷ ଅର୍ଥାତ୍ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏହା ଭିତରେ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ ଯେମିତି କିଛି ଦିନ ପୂର୍ବରୁ ପ୍ରଶାନ୍ତ ଜଗଦେବଙ୍କୁ ପୋଲିସ ଗିରଫ କରିଛି। ତେବେ ଗତକାଲି ହଜାର ହଜାର ବିଜେପି କର୍ମୀ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ବିଜେପି କର୍ମୀ ଘେରଉ କରିଛନ୍ତି। ବିଧାୟିକ ପ୍ରଶାନ୍ତ ଜଗଦେବଙ୍କୁ ତୁରନ୍ତ ୨୪ ଘଣ୍ଟା ଭିତରେ ଜେଲ ରୁ ମୁକୁଳା ଯାଉ ନ ହେଲେ କର୍ମିମାନେ ଆଗାମୀ ଦିନରେ ରାଜ ରାସ୍ତା ଅବରୋଧ କରିବେ ବୋଲିି ସ୍ଳୋଗାନ ଦେଇଥିଲେ । ବେଗୁନିଆ ଘଟଣାର ସିସିଟିଭି ଯାଞ୍ଚ ଏଵଂ ପ୍ରିଜାଇଡିଙ୍ଗ ଅଫିସର୍ କୁ ପ୍ରଶାନ୍ତ ଜଗଦେବ ଦୁର୍ବ୍ୟବହାର କରିଛନ୍ତି ତାକୁ ଯାଞ୍ଚ୍ କରାନଯାଇ କେଉଁ ଭଳି ଭାବରେ ଗିରଫ କରାଯାଇଛି ତାଂକୁ ନେଇ ସାଧାରଣରେ ଚର୍ଚ୍ଚର ବିଷୟ ହେଊଛି। ପ୍ରଶାନ୍ତ ଜଗଦେବଙ୍କୁ ଜେଲରୁ ମୁକୁଳା ଯାଉ, ପୋଲିସ ତାଙ୍କ ବିରୋଧରେ ଯେଉଁ ସଙ୍ଗିନୀ ଦଫା ଲଗେଈଛି ତାକୁ ପ୍ରତ୍ୟାହାର କରାଯାଉ। ପୋଲିସ ପ୍ରଶାନ୍ତଙ୍କୁ ଜେଲ ନେବା ସମୟରେ ଯେଉଁ ଅମାନବୀୟ ବ୍ୟବହାର କରିଥିଲା ତାକୁ ନେଇ କର୍ମିମାନେ ପୋଲିସର କାର୍ଯ୍ୟକଳାପ କୁ ନିନ୍ଦା କରିଥିଲେ, ଏପଟେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି କର୍ମୀ ଗିରଫକୁ ବିରୋଧ କରିବା ସହ ପ୍ରତିକ୍ରିୟା ରଖିଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *