February 17, 2025

ମୃତକ ଜଣଙ୍କ ହେଲେ ଫାଶୀପଡ଼ା ଗ୍ରାମର ପଞ୍ଚାନନ ସାହୁ l ଏଭଳି ଦୁର୍ଘଟଣା ଘଟିଛି ଇଟାମାଟି ଥାନା ପୂଜା ହୋଟେଲ ସମ୍ମୁଖରେ lସୂଚନାନୁସାରେ, ପଞ୍ଚାନନ ସାହୁ ରାଜସ୍ବ ନିରୀକ୍ଷକ ଭାବେ ଦଶପଲ୍ଲା ତହସିଲ ଅନ୍ତର୍ଗତ ପୋଇବାଡ଼ି ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟ କରିଆସୁଥିଲେ l ତେବେ ପ୍ରତ୍ୟେକ ଦିନ ପରି ଆଜି ସକାଳୁ ସକାଳୁ ଦଶପଲ୍ଲା ନିଜ କର୍ମ ସାରି ଘରକୁ ସାଢେ ଗୋଟାଏ ସମୟରେ ଫେରୁଥିବା ବେଳେ ଇଟାମାଟି ପୂଜା ହୋଟେଲ ସମ୍ମୁଖରେ ନୟାଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସରକାରୀ ବସ ପଞ୍ଚାନନଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା, ତେବେ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିବା ପରେ ପରିବାର ଜନ ଭାଙ୍ଗି ପଡ଼ିଥିଲେ, କାନ୍ଦବୋବାଳିରେ ମେଡିକାଲ ପରିସର ସ୍ତବ୍ଦ ପାଲଟିଯାଇଥିଲା, ସେପଟେ ଇଟାମାଟି ପୋଲିସ ପଞ୍ଚାନନଙ୍କ ଧର୍ମପତ୍ନୀଙ୍କ ଅଭିଯୋଗକୁ ଭିତ୍ତିକରି ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି

Leave a Reply

Your email address will not be published. Required fields are marked *