ଏବେବି ସ୍ୱଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ଅନେକ ଗାଁ ।ରାଜ୍ୟସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ଅନେକ ଯୋଜନା ଆଜିବି ପହଞ୍ଚି ପାରିନି ଜନତାଙ୍କ ପାଖରେ। ସେହିଭଳି ଖଜୁରୀପଡ଼ା ବ୍ଲକ ଗୁଦାରୀ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ପଞ୍ଚାୟତବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ସମାଧାନ ହେଉନଥିବାରୁ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ଗୁଦାରୀ ଆରଆଇ ଅଫିସ୍ ନିକଟସୁ ଫୁଲବାଣୀ-ଭୁବନେଶ୍ବର ମୂଖ୍ୟରାସ୍ତା ପଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତି ହୋଇଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ବହୁ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି। ସେମାନେ ପାଣିପାଇଁ ହନ୍ତ ସନ୍ତ ହେଉଛନ୍ତି। ପ୍ରଚଣ୍ଡ ଗ୍ରିଷ୍ମ ପ୍ରବାହ ମଧ୍ୟ ଜେମିତି ତାଙ୍କୁ ଦାଉ ସାଧିଛି। ଏନେଇ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନୟନ୍ନ ଅଧୂକାରୀ ଏବଂ ଜିଲ୍ଲାପାଳଙ୍କୁ ଲିଖୂତ ଅଭିଯୋଗ ଦେଲାପରେ ବି କୌଣସି ସମାଧାନ ହୋଇପାରି ନାହିଁ। ଫଳରେ ଗ୍ରାମବାସୀମାନେ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଖୁବଶିଘ୍ର ଜଳ ସମସ୍ୟା ସମାଧାନ ପାଇଁ ଲୋକେ ଦାବୀ କରିଛନ୍ତି। ଶତାଧିକ ପୁରୁଷ ଓ ମହିଳା ହାଣ୍ଡି, ବାଲଟି ରଖ୍ ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିବାର ସୂଚନା ମିଳିଛି।

ତେବେ ଦେଖିବାକୁ ବାକି ରହିଲା କେବେ ଖଜୁରୀପଡ଼ା ବ୍ଲକ ଗୁଦାରୀ ପଞ୍ଚାୟତରେ ପାନୀୟ ଜଳ ସମସ୍ୟାର ସମାଧାନ ହେଉଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *