
ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ। ଘଟଣାସ୍ଥଳରେ ୪ ଶ୍ରମିକ ଉଦ୍ଧାର। ଅନ୍ୟ ଜଣେ ଶ୍ରମିକ ଚାପି ହୋଇ ରହିଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ । କାମ କରୁଥବା ୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳ ପୁରୀ ରେଲୱେ ଷ୍ଟେସନରେ ନବନିର୍ମିତ କୋଠାର ଛାତ ପଡ଼ୁଥିଲା। ୬ରୁ ୭ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ। ହଠାତ୍ ଛାତଟି ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ତା’ତଳେ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ୪ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ କର୍ମଚାରୀ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଜେସିବି ମେସିନ ଦ୍ୱାରା ଲୁହା ରଡକୁ ଉଠାଯାଉଛି। ତେବେ କେଉଁ ପରିସ୍ଥିତିରେ ଛାତ ଭୁଶୁଡ଼ିଲା କାରଣ ଜଣାପଡ଼ିନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପୁରୀ ଉପଜିଲ୍ଲାପାଳ। କେଉଁ ପରିସ୍ଥିତିରେ ଛାତ ଭୁଶୁଡ଼ିଲା ତାହାର ତଦନ୍ତ ହେବ ବୋଲି ସେ କହିଛନ୍ତି। ଛାତ ଭୁଶୁଡ଼ିବା ଘଟଣାରେ , ରେଳବାଇର ସ୍ପଷ୍ଟୀକରଣ I ‘ଛାତ ଭୁଶୁଡ଼ିବାବେଳେ ୬ଜଣ ଶ୍ରମିକ କାମ କରୁଥିଲେ’ I ‘୬ ଜଣଙ୍କ ମଧ୍ୟରୁ ୪ ଶ୍ରମିକ ଆହତ ହୋଇଛନ୍ତି’ I ‘ପୁରୀ ବଡ଼ ମେଡିକାଲରେ ୪ ଆହତଙ୍କ ଚିକିତ୍ସା ଚାଲିଛି’ I ‘ସମସ୍ତ ଆହତ ସୁସ୍ଥ ଅଛନ୍ତି, ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି ।