ଧର୍ମଶାଳା ବିଜେପି ପାର୍ଥୀ ସ୍ମୃତିରେଖା ପହି ହିମାଂଶୁ ଶେଖର ସାହୁ ଙ୍କୁ ହତ୍ୟା ଧମକ ଦେବା ପରେ ଅଡୁଆରେ ପଡିଛନ୍ତି. ହିମାଂଶୁଙ୍କ ସମର୍ଥକ ମାନେ ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି. ପୁଲିସ ଅଭିଯୋଗ କୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି I ଏପଟେ ହିମାଂଶୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ହାଜର ହୋଇ ନିଜ ସୁରକ୍ଷା ନେଇ କରିଛନ୍ତି ଅଭିଯୋଗ I ସେହି ପରି ହିମାଂଶୁ ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୱିଟ କରି ସ୍ମୃତିରେଖା ତାଙ୍କୁ ଧମକ ଦେଇଥିବା ସମ୍ପର୍କ ରେ ଜଣାଇଛନ୍ତି I ସ୍ମୃତିରେଖା ଙ୍କ ଧମକ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଧର୍ମଶାଳା ରାଜନୀତିରେ ଏବେ ଖୁବ ଚର୍ଚ୍ଚା. ହିମାଂଶୁଙ୍କ ସମର୍ଥକ ମାନେ ଖପ୍ପା ହୋଇ ଅଛନ୍ତି I ବିଜେପି ର ଶୀର୍ଷ ନେତୃବୃନ୍ଦ ମାନେ ମଧ୍ୟ ଘଟଣା ଉପରେ ନଜର ରଖିଛନ୍ତି.. ଏନେଇ ଦଳୀୟ ସ୍ତରରେ ମଧ୍ୟ ଆଲୋଚନା ଚାଲିଛି I ଚର୍ଚ୍ଚା ହେଉଛି ସ୍ମୃତିରେଖା ଙ୍କ ଟିକେଟ ପ୍ରତ୍ୟାହାର କରି ହିମାଂଶୁଙ୍କୁ ସେଠାରୁ ଦଳ ପାର୍ଥୀ କରିପାରେ…କାରଣ ହିମାଂଶୁଙ୍କ ପ୍ରତି ଅନେକ ଜନ ସମର୍ଥନ ରହିଛି.. କିନ୍ତୁ ଦଳ ସ୍ମୃତିରେଖାଙ୍କୁ ପାର୍ଥୀ କରିବା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି I ତେଵେ ଦେଖିବାକୁ ବାକି ରହିଲା ଦଳ କାହାକୁ ବାଚୁଛି I