ସରକାରୀ ନିୟମ ନ ମାନିଲେ ତାହାର ପରିଣତି କଣ ଯେ ହୁଏ ତାହା ଏହି ଘଟଣାରୁ ଜଳ ଜଳ ଦେଖାଯାଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ନିଜର ବେପାର ବଣିଜର ବୃଦ୍ଧି ପାଇଁ ବ୍ୟାଙ୍କରୁ ଋଣ ଆଣିଥାନ୍ତି। ମାତ୍ର ସେହି ଋଣ ସଠିକ୍ ସମୟରେ ସୁଝି ନ ପାରିଲେ ତାହା ବିପଦକୁ ନିମନ୍ତ୍ରଣ କରିଥାଏ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଏମ ଏସ ମାର୍ଗଦର୍ଶି ହସ୍ପିଟାଲଟି ରିଟେଲସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ କ୍ଷେତ୍ରରେ। କମ୍ପାନୀ ନାମରେ ମାନସ ରଂଜନ ସ୍ବାଇଁ ନାମକ ବ୍ୟକ୍ତି ୟୁନିଅନ ବ୍ୟାଙ୍କ ପାରାଦୀପ ଶାଖାରୁ ଋଣ ଆଣିଥିଲେ ମାତ୍ର ବ୍ୟାଙ୍କରୁ ଆଣିଥିବା ଟଙ୍କା ସଠିକ୍ ସମୟରେ ସୁଝି ନ ଥିବାରୁ ୟୁକୋ ବ୍ୟାଙ୍କ ସଂପୃକ୍ତ କମ୍ପାନୀ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛି। ମେ ୧ ତାରିଖ ସୁଦ୍ଧା କମ୍ପାନୀ ଉପରେ ବ୍ୟାଙ୍କର ୭ କୋଟି ଟଙ୍କା ଋଣ ବକେୟା ରହିଛି। ମାତ୍ର କମ୍ପାନୀ ତାହା ପଇଠ ନ କରିବାରୁ ଋଣ ସମୟରେ ବନ୍ଧକ ରଖିଥିବା ଜାଗା,ଘର,ବଙ୍ଗଳାକୁ ବ୍ୟାଙ୍କ୍ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ କରିଛି। ସ୍ଥାନୀୟ ପୋଲିସ ଷ୍ଟେସନର ଥାନ ଅଧିକାରୀ, ସି ଆଇ ଡି ଏନଫର୍ସମେଣ୍ଟ ଏଜେନ୍ସିର ମୁଖ୍ୟ କେଶବ ଚନ୍ଦ୍ରଙ୍କ ଉପସ୍ଥିତିରେ ସଂପୃକ୍ତ କମ୍ପାନୀର କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତିକୁ ସିଲ୍ କରାଯାଇଛି। ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଯାଇଥିଲା।ମାତ୍ର କେ ସି ପଣ୍ଡାଙ୍କ ହସ୍ତକ୍ଷେପ ଫଳରେ ବ୍ୟାଙ୍କ୍ ଅଧିକାରୀ ତାଙ୍କର ସମସ୍ତ ଦସ୍ତାବିଜ୍ ଶେଷ କରିଥିଲେ। ବ୍ୟାଙ୍କ୍ ର କାର୍ଯ୍ୟାନୁଷ୍ଠାନ ସମୟରେ ଏମ ଏସ ମାର୍ଗଦର୍ଶି ହସ୍ପିଟାଲଟି ରିଟେଲ୍ସ ପ୍ରାଇଭେଟ୍ ଲିମିଟେଡ ର ଡାଇରେକ୍ଟର ମାନସ ରଂଜନ ସ୍ବାଇଁ,ପାରାଦୀପ ଲକ୍ ପୋଲିସ ଷ୍ଟେସନର ଥାନା ଅଧିକାରୀ କୁଳମଣୀ ସେଠୀ,ତହସିଲଦାର ସୁକନ୍ୟା ମ୍ୟାଡାମ,ଡି ଆର ଟି କୋର୍ଟ ଅଧିକାରୀ ଏନ୍ ଆର୍ ପଣ୍ଡିତ ଓ ସି ଆଇ ଡି ଏନ୍ଫର୍ସମେଣ୍ଟ ଅଧିକାରୀ କେଶବ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *