ଆଜିକୁ ଆମ ଦେଶ ସ୍ବାଧୀନ ହେବାର ୭୭ ବର୍ଷ କିନ୍ତୁ ବର୍ତ୍ତମାନ୍ ମଧ୍ୟ ଆମେ ନିଜ ହକ ଅଧିକାର ମୌଳିକ ଅଧିକାରରୁ ବଞ୍ଚିତ। ଏଥିପାଇଁ ଦୋଷୀ କିଏ ? ଉତ୍ତର ଦାୟୀ କିଏ ? ଓଡିଶାରେ ଦାଦନ ସମସ୍ୟାର ସମାଧାନ କେବେ ହେବ ? ବର୍ଷକୁ ସହ ସହ ସବ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛି। ହେଲେ ଏଥି ପ୍ରତି କାହାର ନଜର ନାହିଁ। ରାଜ୍ୟ ମଧ୍ୟରେ ନୂଆପଡା ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଯେଉଁଥିରେ, ବିକାଶକୁ ଖୋଜିବାକୁ ପଡ଼େ। ଆଦିବାସି ଅଞ୍ଚଳ ବୋଲି ନେତା ଠାରୁ ସରକାରୀ କର୍ମଚାରୀ କାହାର ନଜର ନାହିଁ। ଭୋଟ ସମୟରେ ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ସ୍ଥାନୀୟ ଜନପ୍ରତିନିଧି ବଡ଼ ବଡ଼ ଭାଷଣ ମାରି ଭୋଟ ହାତେଇ ଥାନ୍ତି। ହେଲେ ନିଜ ଅଞ୍ଚଳର ବିକାଶ ପାଇଁ ତିଳେ ମାତ୍ର ଦାୟିତ୍ଵ ନାହିଁ, ଯାହା ଫଳରେ ନୂଆପଡ଼ା ଜିଲ୍ଲାକୁ କେତେବେଳେ ଶିଶୁ ଦାଦନ ଶ୍ରମିକ ମୃତ ଦେହ ପହଞ୍ଚୁଛି ତ କେତେ ବେଳେ ପରିବାର ପ୍ରତିପୋଷଣ ପାଇଁ ଯାଇଥିବା ଘର ମୁଖିଆର ମୃତ ଦେହ ପହଞ୍ଚୁଛି। ଯାହା ଆଜି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତ ଅଧିନରେ ଥିବା ସର୍ଗିଗୁଡ଼ା ଗ୍ରାମରେ। ଏହି ଗ୍ରାମର ଜୟସିଂ ପଟେଲ ସମୟ ଥିଲା ଆଖ ପାଖ ଘରେ କାମ କରି କିଛି ରୋଗଜଗାର କରୁଥିଲେ, ସେଥିରୁ ପରିବାର ଲୋକଙ୍କୁ ଦୁଇ ମୁଠା ଖାଇବାକୁ ମିଳୁଥିଲା, ହେଲେ ହଟାତ ଜୟସିଂ ଅସୁସ୍ଥ ହୋଇ ପଡିଲେ। ଯାହା ଫଳରେ ପରିବାର ପାଇଁ ଧୀରେ ଧୀରେ ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିଲା। ଯାହାକୁ ଭିତ୍ତି କରି ପରିବାର ର ଦୁଇ ବଢିଲା ଝିଅକୁ ଧରି ମାଁ ଦାଦନ ସାଜି ଆନ୍ଧ୍ରାପ୍ରଦେଶକୁ କାମ କରିବା ପାଇଁ ଗଲେ।ସେଠାରେ ଯିବା ପରେ ସବୁ ଠିକ ଥିଲା ହେଲେ ଛଅ ମାସ ଖଟି ଘରକୁ ଆସିବାର ୧୫ ଦିନ ବାକି ରହିଥିଲା ଘରକୁ ଆସିବା ଖୁସିରେ ମାଁ ଝିଅଙ୍କ ଖୁସିର ଲହରୀ କହିଲେ ନ ଶରେ, ମାଁ ପୋଡ଼ା ବାଇ ପଟେଲ,ବଡ଼ ଝିଅ ଗୋମତୀ ପଟେଲ,ସଙ୍ଗୀତା ପଟେଲ ସମସ୍ତେ ଏକାଠି ମିଶି ସୋଇ ଥିଲେ। ହଟାତ କାଳରାତ୍ରି ନେଇ ଆସିଲା ବିଷାକ୍ତ କଲେତ ସାପ ଏବଂ ସଙ୍ଗୀତା ପଟେଲକୁ ଚୋଟ ମାରିବା ସହ ମୃତ୍ୟୁ ମୁଖକୁ ଟାଣି ନେଇଥିଲା। ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କହିଥିଲେ। ହେଲେ ବିଳମ୍ବ ହେବା ଯୋଗୁଁ ଡ଼ାକ୍ତର ସଙ୍ଗୀତାକୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ସେଠାରେ ସବ ବ୍ୟବଚ୍ଛେଦ କରି ନିଜ ଗାଁ ବୋଡ଼େନ ଥାନା ସ୍ଥିତ ସର୍ଗିଗୁଡା ଗ୍ରାମକୁ ସବ ପହଞ୍ଚିବା ପରେ ସବ ସତ୍କାର କହିଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଏହି ପରିବାର ପାଇଁ ସାତ ସପନ ପାଲଟିଥିବା ବେଳେ ସାହାରା ଭାବେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଚାଳ ମାଟି ଘରେ ଆଶ୍ରୟ ନେଇଛନ୍ତି। ବଢିଲା ଝିଅର ମୃତ୍ୟୁ ଘଟଣା ଓ ପରିବାର ପାଇଁ ବିକାଶ ଅ ପହଞ୍ଚ ଆଜି ଗାଁକୁ ଆଜି ନିରାଶ କରି ଦେଇଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *