ଯେଉଁ ଘରେ ଦିନେ ସୁଶାନ୍ତ ସିଂ ରାଜପୁତ ରହୁଥିଲେ ଆଜି ସେହି ଘରେ ଅଛନ୍ତି ‘ଦି କେରଳ ଷ୍ଟୋରୀ’ ର ଅଭିନେତ୍ରୀ ଅଦା ଶର୍ମା। ଅଦା ଶର୍ମା ପ୍ରକାଶ କରିଛନ୍ତି ଯେ ସେ ଚାରିମାସ ପୂର୍ବେ ତାଙ୍କ ମା’ ଏବଂ ଜେଜେ ମା’ଙ୍କ ସହ ବାସଭବନକୁ ଯାଇଥିଲେ। ଅଭିନେତ୍ରୀ ଅଦା ଶର୍ମା ଶେଷରେ ସୁଶାନ୍ତ ସିଂ ରାଜପୁତଙ୍କ ଦ୍ୱାରା ଭଡା ନିଆ ହୋଇଥିବା ହୋଇଥିବା ବାନ୍ଦ୍ରା ଆପାର୍ଟମେଣ୍ଟକୁ ଯାଇଥିବା ପ୍ରକାଶ କରି ଶେଷରେ ମାସେ ଧରି ଚାଲିଥିବା ଅନୁମାନକୁ ନିଶ୍ଚିତ କରିଛନ୍ତି।

ନିକଟରେ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଅଦା ପ୍ରକାଶ କରିଛନ୍ତି ଯେ ସେ ଚାରିମାସ ପୂର୍ବେ ତାଙ୍କ ମା’ ଏବଂ ଜେଜେ ମା’ଙ୍କ ସହ ସୁଶାନ୍ତଙ୍କ ଆପାର୍ଟମେଣ୍ଟକୁ ସ୍ଥାନାନ୍ତର ହୋଇଥିଲେ। ଅଦା ପାଞ୍ଚ ବର୍ଷର ଲିଜ୍ ସ୍ୱାକ୍ଷର କରିବା ପୂର୍ବରୁ ତିନି ବର୍ଷ ଧରି ଆପାର୍ଟମେଣ୍ଟଟି ଖାଲି ଥିଲା।

ବାନ୍ଦ୍ରା ସ୍ଥିତ ସୁଶାନ୍ତ ସିଂ ରାଜପୁତଙ୍କ ବାସଭବନକୁ ସେ ବର୍ତ୍ତମାନ ନିଜର କରି ନେଇଛନ୍ତି। ସେ ନୂଆ ଜାଗାରେ ଏକ ଶକ୍ତିଶାଳୀ ସକରାତ୍ମକ ଶକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି, କହିଛନ୍ତି ଏହି ଜାଗା ବହୁତ୍ ସୁନ୍ଦର ଓ ସକାରାତ୍ମକ।

ଶର୍ମା କହିଛନ୍ତି ଯେ, କେରଳ ଏବଂ ମୁମ୍ବାଇରେ ଆମର ଘର ଚାରିପଟେ ଗଛ ଘେରି ରହିଛି ଯାହା ମୋତେ ବହୁତ୍ ପଶନ୍ଦ। ଏଠି ସୁଶାନ୍ତଙ୍କ ଘରେ ମଧ୍ୟ କୌଣସି ନେଗେଟିଭ ଜିନିଷ ଫିଲ୍ କରୁନି। ତେବେ ସେ ନିଜ ହିସାବରେ ଘରକୁ ପୁଣି ଡିଜାଇନ୍ କରିଛନ୍ତି। ସେ ପୁରା ସ୍ଥାନକୁ ଧଳା ରଙ୍ଗ ଦେଇଛନ୍ତି। ଏହା ସହିତ, ସେ ପ୍ରଥମ ମହଲକୁ ପ୍ରାର୍ଥନା କକ୍ଷ କରିଛନ୍ତି।

ଉପର ମହଲାର ଏକ କୋଠରୀକୁ ଏକ ମ୍ୟୁଜିକ୍ ରୁମ୍ ଏବଂ ଅନ୍ୟ ଏକ କୋଠରୀକୁ ଏକ ନୃତ୍ୟ ଷ୍ଟୁଡିଓରେ ପରିଣତ କରିଛନ୍ତି। ଟେରାସକୁ ଏକ ବଗିଚାରେ ପରିଣତ କରାଯାଇଛି, ଯାହା ତାଙ୍କ ପୂର୍ବ ବାସଭବନରୁ ସମସ୍ତ ଫୁଲ ଓ ଫଳ ସ୍ଥାନିତ କରିଛନ୍ତି।

ଏହି ଆପାର୍ଟମେଣ୍ଟଟି ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ଦ୍ଵାରା ଜୁନ୍ ୨୦୨୦ ପର୍ଯ୍ୟନ୍ତ ଭଡା ଦିଆଯାଇଥିଲା। ସେହି ଦିନଠାରୁ ଏହା ଅବ୍ୟବହୃତ ରହିଥିଲା, ଏହାକୁ କିଏ ବି ନେଇ ନଥିଲେ।

ସୁଶାନ୍ତ ଡିସେମ୍ବର ୨୦୧୯ ରେ ମାସିକ ୪.୫ ଲକ୍ଷ ଟଙ୍କାରେ ଲିଜ୍ ନେଇଥିଲେ। ଡୁପ୍ଲେକ୍ସ ତଳ ମହଲାରେ ଏକ ବଡ଼ ବାସସ୍ଥାନ ଏବଂ ଉପର ମହଲାରେ ତିନୋଟି ଶୟନ କକ୍ଷ ପାଇଁ ରହିଛି ଏହି ଘରେ। ଅଦା କହିଛନ୍ତି ଏଠି ରହି ମୋତେ ବହୁତ୍ ଖୁସି ଲାଗୁଛି। ମୁଁ ଏହି ଘରେ ଆହୁରି ଭଲ ଡିଜାଇନ୍ କରିବି ବୋଲି ଭାବୁଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *