ରାଜ୍ୟରେ ଆଜି ଚାଲିଛି ଚତୁର୍ଥ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ। ଯାହା ପାଇଁ ଅନେକ ଭୋଟର ଉତ୍ସାହିତ ଥିବାର ଦେଖା ଯାଇଛନ୍ତି କିନ୍ତୁ ଯାଜପୁର ଦାନଗଦି ଠାରେ ଭୋଟ ନ ଦେବା ପାଇଁ ଅଂଟା ଭିଡିଛନ୍ତି ଗ୍ରାମବାସୀ । ବିଦ୍ୟାଳୟ ପାଇଁ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ଦେଉଥିଲେ ମଧ୍ୟ କାମ ହେଉ ନଥିବା ନେଇ ସମୂହ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।

ନବେ ଦଶକରୁ ଗାଁରେ ପ୍ରତିଷ୍ଠା କରାଯାଇଥିବା ଏକ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ସମଗ୍ର ଗ୍ରାମବାସୀ ଚଳିତ ନିର୍ବାଚନରେ ନିଜର ମତଦାନରୁ ନିବୃତ୍ତି ରହିବେ ବୋଲି ରୋକ ଠୋକ ମନାକରି ଦେଇଛନ୍ତି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଠାରୁ ଏହି ଘଟଣା ପ୍ରତିବାଦରେ ମତଦାନ କରିନଥିବା ଗ୍ରାମବାସୀ ବୃନ୍ଦ, ସେହି ଘଟଣାକୁ ଚଳିତ ନିର୍ବାଚନରେ ଦୋହରାଇ ଥିବା ଦେଖିବାକୁ ମିଳିଛି।

ପଞ୍ଚାୟତ ନିର୍ବାଚ଼ନ ଠାରୁ ଚଳିତ ନିର୍ବାଚନ ମଧ୍ୟରେ ତିନି ବର୍ଷ କାଳ ଅତିବାହିତ ହୋଇ ଯାଇଥିଲେ ମଧ୍ୟ, ତଥା କଥିତ ରାଜ ନେତା, ବିଭାଗୀୟ ଅଧିକାରୀ, ବ୍ଳକ ପଶାସନ, ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ସମାଧାନ କରି ନଥିବା ଗାଁଲୋକଙ୍କୁ ବ୍ୟଥିତ କରିବା ସହିତ ଆହୁରି ଉଗ୍ରତର କରାଇଛି। ଗ୍ରାମବାସୀଙ୍କ ତରଫରୁ,ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯାଜପୁର ଜିଲ୍ଲାପାଳ, ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଆସିଥିଲେ ମଧ୍ୟ, କିଛି ସୁଫଳ ପାଇନଥିବା ବେଳେ, ଉଚ୍ଚ ନ୍ୟାୟାଳୟଳର ଦ୍ଵାରସ୍ଥ ହୋଇ ରହିତାଦେଶ ଆଣିଥିବା କହିଛନ୍ତି ।

ପୂନର୍ବାର ଚଳିତ ନିର୍ବାଚ଼ନ ଆଜି ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ବ୍ଳକ ପ୍ରଶାସନ ଖବର ପାଇ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରଶନ୍ନ ପଣ୍ଡା, ଦାନଗଦି ତହସିଲଦାର ଅଶୋକ କୁମାର ତ୍ରୀପାଠି, ଟମକା ଥାନା ଅଧିକାରୀ ସଙ୍କର୍ଷଣ ଦଳେଇ ପ୍ରମୂଖ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ, ନିରାଶ ହୋଇ ଫେରିଯାଇଥିବା ସମଗ୍ର ଅଞ୍ଚଳବାସୀଙ୍କୁ ଚକିତ କରିଛି ।

ସୂଚନା ମୁତାବକ, ଦାନଗଦି ବ୍ଲକ ଅଶ୍ବସ୍ଥପାଳ ପଞ୍ଚାୟତ, ଅଧିନ ପାଇକାଳୀ ବଗପାଟିଆ ଗାଁରେ ୧୯୯୦ ମସିହାରେ ସରକାରଙ୍କ ତରଫରୁ ଏକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଅଶ୍ୱସ୍ଥପାଳ ପଞ୍ଚାୟତ ୱାର୍ଡ୧୩ ଏବଂ୧୪ ପାଇକାଳି ବଗପାଟିଆର ଲୋକସଂଖ୍ୟା ପାଖାପାଖି ପାଞ୍ଚଶହ ଗାଁ ଲୋକଙ୍କ କହିବା କଥା ହେଉଛି ଆମ ଗାଁରେ ଚାଲିଥିବା ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିହାର ଠିକ୍ ଥିଲା ଏବଂ ଯେଉଁ ଅଶ୍ୱସ୍ଥାପାଳ ଗାଁକୁ ଆମ ଗାଁର ବିଦ୍ୟାଳୟ ସ୍ଥାନାନ୍ତର କରାଗଲା,ସେଗାଁରେ ଆଗରୁ ବିଦ୍ୟାଳୟଟିଏ ମଧ୍ୟ ଅଛି । ମାତ୍ର ଗାଁରେ ଥିବା ସେହି ବିଦ୍ୟାଳୟଟିକୁ ସ୍ଥାନୀୟ ଆଶ୍ୱସ୍ଥାପାଳ ଗାଁକୁ ସ୍ଥାନାନ୍ତର କରି ଦିଆ ଯାଇଛି ।

ତେବେ ଆମ ଗାଁର ପିଲାମାନଙ୍କୁ ଅସୁବିଧାରେ ପକାଇ ଅନ୍ୟ ଗାଁକୁ ସ୍ଥାନାନ୍ତର କରାଯାଇ ଥିବାରୁ, ଅଧିକାଂଶ ପିଲା ପାଠରେ ଡୋରୀ ବାନ୍ଧିବାକୁ ବସିଲେଣି । ଏଥିପାଇଁ ଦାୟୀ ରହିବ କିଏ ? ତେଣୁ ଆମ ଗାଁରେ ଥିବା ପାଖାପାଖି ୪୫୦ ମତଦାତା ଏଥିନେଇ ଘୋର ଚିନ୍ତାରେ ଥିବାବେଳେ, ଗାଁକୁ ବିଦ୍ୟାଳୟଟି ନଫେରିବା ଯାଏଁ, ଆମେ ମାନେ ସମୂହ ମତଦାନରୁ ନିବୃତ ରହିବାର ନିଷ୍ପତ୍ତି ନେଇଛୁ । ମତଦାନ କରିବା ଗଣତନ୍ତ୍ରରେ ଏକ ନାଗରିକର ମୌଳିକ ଅଧିକାର ବୋଲି ଜାଣିସୁଦ୍ଧା, ଆମ ପିଲାଙ୍କ ଭବିଷ୍ୟତ ପାଇଁ ଏପରି କଠୋର ନିଷ୍ପତ୍ତି ନେଇଥିବା ଗାଁର ପୂର୍ଣ୍ଣଚନ୍ଦ୍ର ନାଏକ,ଅଦୈତ ଦେହୁରୀ,କୁନି ନାଏକ, ବାବୁଲି ଖଟୁଆ, ଜଟେଶ୍ଵର ଖଟୁଆ,ଗୋଲେଖ ଖଟୁଆ, ଶୁସାନ୍ତ ଖଟୁଆ, ଯୁଧିଷ୍ଟିର ଦେହୁରୀ ପ୍ରମୂଖ ମତବ୍ୟକ୍ତ କରିଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *