December 3, 2024

ରାଜଧାନୀରେ ଆତଙ୍କରାଜ । ଖୋଲମଖୋଲା ବୁଲିଲା ମାରଣାସ୍ତ୍ର । ନା ପୋଲିସକୁ ଭୟ ନା ପ୍ରଶାସନକୁ ଡର । ସର୍ବସମ୍ମୁଖରେ ଦେଲେ ହତ୍ୟା ଧମକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଅଫିସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଅଫିସ ଭିତରକୁ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଥିଲେ। କିନ୍ତୁ ଆତଙ୍କ ଖେଳେଇବା ଭାରି ପଡିଛି ଦୁର୍ବୃତ୍ତଙ୍କୁ । ଆତଙ୍କରାଜ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୁଲିସ।ପ୍ରାଣୀ ଉଦ୍ୟାନ ଅଫିସରେ ଉପସ୍ଥିତ ଥିବା ଉପନିର୍ଦ୍ଦେଶକଙ୍କ ଅଫିସରେ ଜୀବବିଜ୍ଞାନୀ ଡକ୍ଟର ରାଜେଶ ମହାପାତ୍ର, ଏସିଏଫ୍ ଡକଟର ସୁଦୀପ୍ତ କୁମାର ପଣ୍ଡା ଓ ଡକ୍ଟର ରଶ୍ମୀ ରଂଜନ ସ୍ୱାଇଁ ପ୍ରମୁଖଙ୍କୁ ଦୁର୍ବ୍ୟବହାର ସହ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ୨ ଅଭିଯୁକ୍ତ। ଏହାସହ ଦୁର୍ବୃତ୍ତମାନେ କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର୍, ଟିଭି ଏବଂ ଆସବାବପତ୍ର ସମେତ ଅନେକ ଅଫିସ୍ ସମ୍ପତ୍ତିକୁ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଯାହାର ଚିତ୍ର ସିସିଟିଭିରେ କଏଦ୍ ହୋଇଛି । ସେହିପରି ଅଡିଟ୍ ଅଧିକାରୀଙ୍କ ଲାପଟପ୍ ଓ ମୋବାଇଲ୍ ଫୋନକୁ ବି ନଷ୍ଟ କରିଦେଇଥିଲେ ଦୁର୍ବୃତ୍ତମାନେ । ସିସିଟିଭି ଆଧାରରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *