
ମାଟି ଖୋଳୁ ଖୋଳୁ ମହାଦେବ ବାହାରିବା କଥା ଆପଣ ନିଶ୍ଚିନ୍ତ ଶୁଣିଥିବେ କିନ୍ତୁ ଏଠି ମାଟି ଖୋଳୁ ମହାଦେବ ନୁହେଁ ବରଂ ଏଭଳି ଏକ ଆଶ୍ଚଯ୍ୟକର ଜିନିଷ ମିଳିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନୂଆ ଘର ପାଇଁ ଖୋଳା ଚାଲିଥିଲା ନିଅଁ | ନିଅଁର ଗାତ ଖୋଳୁ ଖୋଳୁ ଫାଉଡ଼ା ବାଜି ଦୁଇଖଣ୍ଡ ଧଳା ଅଂଶ ମିଳିଥିଲା ଯାହାକୁ ଦେଖି ସମସ୍ତେ ଭୟବିତ ହୋଇଯାଇଥିଲେ ଏବଂ କହିବାକୁ ଲାଗିଥିଲେ ଏହା ଏକ ମଣିଷ ମୁଣ୍ଡ | କିନ୍ତୁ ସେଟା କେଉଁ ମଣିଷ ମୁଣ୍ଡ ନଥିଲା ସେଟା ଥିଲା ଧଳା ମଚ ମଚ ଶଙ୍ଖ । କଣ ଶୁଣିକି ଟିକେ ଆଶ୍ଚଯ୍ୟ ହୋଇଗଲେ ନା । ତେବେ ନିଅଁ ଖୋଳିଲା ବେଳେ କେବଳ ଶଙ୍ଖ ନୁହେଁ କି ମାଠିଆ ନୁହେ ବରଂ ସେହି ନିଅଁ ଭିତରୁ ଖପରା ମଧ୍ଯ ବାହାରୁଛି । ତା ସହ ଖୋଳା ହୋଇଥିବା ନିଅଁ ଭିତରେ ବଡ଼ ବଡ଼ ଗାତ ଥିବା ଦେଖିବାକୁ ମିଳୁଛି । ଯାହା ଦେଖ୍ ପରିବାର ଲୋକେ ଆଶ୍ଚଯ୍ୟ ହୋଇଯାଇଛନ୍ତି । ହଁ ଆଜ୍ଞା ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସେବତୀପୁର ଗ୍ରାମରେ। ଗ୍ରାମର ମହେନ୍ଦ୍ର କବିଙ୍କର ବହୁ ବର୍ଷର ପୁରୁଣା ମାଟି ଘରକୁ ଭଙ୍ଗାଯାଇ ନୂଆ ଘର ତିଆରି ପାଇଁ ନିଅଁ ଖୋଳା ଚାଲିଥିଲା। ପ୍ରାୟ ୩ରୁ ୪ଫୁଟ ଗାତ ଖୋଳାଯିବା ପରେ ପ୍ରଥମେ ମାଠିଆ, ଖପରା ଆଦି ବାହାରିଥିଲା । ଯାହା ପରେ ଫାଉଡ଼ାରେ ଏକ ସାମଗ୍ରୀ ବାଜିଥିଲା ତାହା କଣ ବୋଲି ଦେଖିବାରୁ ଦୁଇଖଣ୍ଡ ଧଳା ଅଂଶ ମିଳିଥିଲା । ମାଟି ତଳେ ମଣିଷ ମୁଣ୍ଡ ଅଛି ବୋଲି ଭାବି ସମସ୍ତେ ଭୟବିତ ହୋଇଯାଇଥିଲେ । ପରେ ପୁଣି ନିଅଁ ଖୋଳିବାରୁ ନିଅଁ ତଳୁ ଏକ ବଡ଼ ଶଙ୍ଖ ବାହାରିଥିଲା। ଯାହାକୁ ସଫା କରି ଦେଖିଲା ବେଳକୁ ଏକ ଧଳା ରଙ୍ଗର ଚକ ଚକ କରୁଥିବା ଶଙ୍ଖ ମିଳିଥିଲା ଏବଂ ସେହି ଶଙ୍ଖଟି ଜୋରରେ ବାଜୁଛି । ଏଥିସହ ଖୋଳା ଯାଇଥିବା ଗାତର ବିଭିନ୍ନ ସ୍ଥାନରେ ବଡ ବଡ ଗାତ ରହିଛି । ତେବେ ଏସବୁକୁ ଦେଖ୍ ମହେନ୍ଦ୍ରଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ନିଜ ଘର କାମ ମଧ୍ୟ ଜାରି ରଖିଛନ୍ତି । ତେବେ ଏହି ଖବର ପ୍ରଚାର ହେବାପରେ ଘଟଣାସ୍ଥଳରେ ଆଖପାଖ ଲୋକ ଏହି ଶଙ୍ଖଟିକୁ ଦେଖିବାପାଇଁ ଭିଡ଼ ଜମାଇଛନ୍ତି । ପ୍ରକୃତରେ ଏଭଳି ମାଠିଆ, ଖପରା, ଶଙ୍ଖ ଏବଂ ବଡ ବଡ ଗାତ ମାଟି ଭିତରୁ କେଉଁଠୁ ଆଉ କେମିତି ଆସିଲା ତାହାକୁ ନେଇ କୌଣସି ସ୍ପଷ୍ଟତା ମିଳିପାରିନି I