
କୋଭିଡ ଟିକା ନେବାପରେ ଅନେକ ଲୋକ ବିଭିନ୍ନ ପ୍ରକାର ପାର୍ଶପ୍ରତିକ୍ରିୟା ବାବଦରେ ଅଭିଯୋଗ କରନ୍ତି। କରୋନା ଟିକା କୋଭିସିଲ୍ଡ ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ଜଣାପଡିଛି। ବର୍ତ୍ତମାନ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟ ଏହା ସ୍ୱୀକାର କରିଛନ୍ତି। ଟିକା ନେଇଥିବା ଲୋକଙ୍କ ଠାରେ ଦେଖା ଦେଉଛି ହୃଦଘାତ, ମସ୍ତିଷ୍କଘାତ ଭଳି ଜଟିଳ ସମସ୍ୟା ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲେଟଲେଟ କାଉଣ୍ଟ କମିଯାଇପାରେ ବୋଲି ଇଂଲଣ୍ଡ କୋର୍ଟଙ୍କୁ ଟିକା ପ୍ରସ୍ତୁତକାରୀ କମ୍ପାନି ଆଷ୍ଟ୍ରାଜେନେକା ଜଣାଇଛି। ଆଷ୍ଟ୍ରାଜେନେକା ମଧ୍ୟ ଏନେଇ ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରିବା ସହ ଅଭିଯୋଗର ସତ୍ୟତାକୁ ସ୍ୱୀକାର କରିଛି । 2021 ରେ who କହିଥିଲା ଏହି ଭ୍ୟାକସିନ କୁ ନେଉଥିବା 10000 ଲୋକଙ୍କ ମଧ୍ୟରୁ କେବଳ ଜାନେ ବ୍ୟକ୍ତି ଙ୍କୁ ଏହାର ସାଇଡ ଇଫେକ୍ଟ ହୋଇପାରେ | ଯାହାଦ୍ୱାରା ଏହା ଯନା ପଡୁଛି ଏହି ଭ୍ୟାକସିନ ର ଲାଭ ସାମ୍ନାରେ ଏହାର ସାଇଡ ଇଫେକ୍ଟ ସାମାନ୍ୟ ମାତ୍ର | ଥ୍ରମ୍ବୋସିସ୍ ୱିଥ୍ ଥ୍ରମ୍ବୋସାଇଟୋପେନିଆ କାରଣରୁ ମଣିଷ ଶରୀରରେ ରକ୍ତଜମାଟ ବାନ୍ଧିବା ଏବଂ ପ୍ଲେଟଲେଟର ମାତ୍ରା ହ୍ରାସ ପାଇଥାଏ । ଏହାଦ୍ୱାରା ରୋଗୀ ଠାରେ ହୃଦଘାତ ଓ ମସ୍ତିଷ୍କାଘାତ ଭଳି ସମସ୍ୟା ଦେଖା ଦେଉଛି । ଏହା ଖୁବ ବିରଳ ବୋଲି କୋର୍ଟରେ ଦାଖଲ ତଥ୍ୟରେ କମ୍ପାନୀ ପକ୍ଷରୁ କୁହାଯାଇଥିବା ବେଳେ ଚିନ୍ତାବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଟିକା ନିର୍ମାଣକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ଏବେ ପ୍ରମାଣିତ ହୋଇଛି । ଭାରତରେ 3ଟି ଭ୍ୟାକସିନ ଲାକଙ୍କୁ ଦିଆଯାଉଥିଲା ସେଗୁଡିକ ହେଲା କୋଭାକ୍ସିନ କୋଭିସିଲ୍ଡ ଓ coboଭ୍ୟାକସ କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ କୋଭିସିଲ୍ଡ ଟିକା ପ୍ରସ୍ତୁତ କରାଯାଇଥିଲା। ଏହି ଟିକା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଛି। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା। ୪ ବର୍ଷ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି । କେବଳ ବ୍ରିଟେନ ନୁହେଁ ବିଶ୍ୱର ବିଭିନ୍ନ ଦେଶର ଲୋକଙ୍କୁ ମଧ୍ୟ ଏହି ଟିକା ପ୍ରଦାନ କରାଯାଇଥିଲା । ଭାରତରେ ମଧ୍ୟ ଆଷ୍ଟ୍ରାଜେନେକା ପୁନେର ଟୀକା ନିର୍ମାଣକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ସହ ମିଶି ଭ୍ୟାକ୍ସିନ୍ ପ୍ରସ୍ତତ କରିଥିଲା । ଦେଶରେ ଏହି ଟୀକାର ୧୭୪.୯୪ କୋଟିରୁ ଅଧିକ ଡୋଜ ଦିଆଯାଇଥିଲା । କରୋନା ମହାମାରୀକୁ ୪ ବର୍ଷ ପୂରଣ ହୋଇଥିବା ବେଳେ କୋଭିଶିଲ୍ଡକୁ ନେଇ ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଟିକା ନିର୍ମାଣକାରୀ କମ୍ପାନୀ କ୍ଷତିପୂରଣ ଦେଉ ବୋଲି ଦାବି ହେଉଛି । ଜୈମି ସ୍କଟ ଏଷ୍ଟ୍ରାଜେନେକା ବିରୁଦ୍ଧରେ ମାମଲା ଦାଏର କରିଥିଲେ । ଗତ ଏପ୍ରିଲ ୨୦୨୧ରେ ସେ କୋରୋନା ଭ୍ୟାକ୍ସିନ ନେଇଥିଲେ । ଯାହାପରେ ତାଙ୍କୁ ମସ୍ତିଷ୍କ ଜନିତ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା । ସ୍କଟଙ୍କ ସମେତ ଅନ୍ୟ କେତେକ ରୋଗୀ TTS ଭଳି ରୋଗରେ ପୀଡିତ ହୋଇଥିଲେ । ଏହି ସମସ୍ତ କମ୍ପାନୀ ବିରୁଦ୍ଧରେ କୋର୍ଟରେ ଆବେଦନ କରି କ୍ଷତିପୂରଣ ପାଇଁ ଦବି କରିଥିଲେ ଆବେଦନକାରୀ।