
ଆଜି ହେଉଛି ବିଶ୍ଵ ଶ୍ରମିକ ଦିବସ । କିନ୍ତୁ ଆଜିର ଅଧୀନରେ ଚାଲିଗଲା ଜଣେ ନିରୀହ ଶ୍ରମିକଙ୍କ ଜୀବନ। ଯାହାର ମୂଲ୍ୟ ହୁଏତ ଆଉ କେହି ଦେଇ ପାରିବେ ନାହିଁ।ସେଥି ପାଇଁ ଗାଡି ଚଳାଇବା ସମୟରେ ନିହାତି ସଚେତନତାର ସହିତ ଚଳାଇବା ଉଚିତ୍ । ନଚେତ୍ କିଛି ବି ଘଟି ପରେ। ଯେମିତିକି JCB ଡ୍ରାଇଭରଙ୍କ ଟିକେ ଅସଚେତନତା କାରଣରୁ ଚାଲିଗଲା ଜଣେ ମହିଳା ଶ୍ରମିକଙ୍କ ଜୀବନ। ଆଜି ସକାଳ ପ୍ରାୟ ଚାରି ଘଟିକା ସମୟରେ ୧୬ନମ୍ବର ଜାତୀୟ ରାଜପଥ ଜାରକା ରଥିଆ ଛକ ନିକଟରେ ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି l ଜେସିବି ଡ୍ରାଇଭର ବେପରୁଆ ମନବୃତ୍ତି ଯୋଗୁ ଏପରି ଘଟଣା ଘଟିଛି l ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଚାରି ଜଣ ଗୁରତର ଥିବାରୁ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବଡମେଡିକାଲ କଟକକୁ ସ୍ଥାନାନ୍ତରିତ କରାଯାଇଛିl ଅନ୍ୟମାନେ ଚିକିଶ୍ଚିତ ହେଉଛନ୍ତି l ତେବେ ଖବରରୁ ଜଣାପଡେ ଯେ ମୟୁରଭଞ୍ଜର ଉଦଳା ଗୋଡ଼ିମରା ଅଞ୍ଚଳରୁ କିଛି ମହିଳା ଓ ପୁରୁଷ ଶ୍ରମିକ ମାନେ ଲେବର କାମ କରିବା ପାଇଁ ଏକ ବୋଲର ଗାଡି ନଂ OR02R2788 ରେ ଭୁବନେଶ୍ୱର ଯାଉଥିଲେ।କିନ୍ତୁ ଠିକ୍ ସେହି ସମୟରେ ରଥିଆ ଛକ ନିକଟରେ ବେଆଇନ ଭାବେ ପଡ଼ିଥିବା ମାଟିକୁ ଜେସିପି ନଂ OD04R4669 ଠେଲୁଥିବା ସମୟରେ ବୋଲୋର ଗାଡି ପିଟିହୋଇ ଦୁର୍ଘଟଣା ଘଟିଛି। ବିନା ପରମିସନରେ NH କଣରେ ମାଟି ଗଦା କରି କୌଣସି ଲୋକକୁ ନ ଜଗାଇ ଏଇ ଭଳି କାମ କରିବା କେତେ ଦୂର ଯଥାର୍ଥ ହୋଇପାରେ। ଯାହା ପାଇଁ ଜଣେ ଦିନ ଦିନ ମଜୁରିଆଙ୍କ ଜୀବନ ଚାଲିଗଲା। ତେବେ ମହିଳା ଶ୍ରମିକଙ୍କ ମୃତ୍ୟୁ ପାଇଁ ଏଠି କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ ଉଠିଛି। କାହା ନିଷ୍ପତିରେ ଚାଲିଥିଲା ଏହି ମାଟି ବୁହା କାମ। ଶ୍ରମିକଙ୍କ ମୃତ୍ୟୁ ପାଇଁ ଏଠି ଦୟୀ କିଏ। ଯାହାଙ୍କ ଆଦେଶରେ JCB ଡ୍ରାଇଭର ରାସ୍ତାରେ କାମ କରୁଥିଲେ ଏହା ସମ୍ପୂର୍ଣ୍ଣ ଭାବରେ ସେହି ବ୍ୟକ୍ତିଙ୍କ ଭୁଲ ହୋଇପାରେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଉକ୍ତ ମହିଳା ଶ୍ରମିକଙ୍କ ପରିବାରକୁ ଓ ଆହତ ହୋଇଥିବା ଅନ୍ୟ ଶ୍ରମିକଙ୍କୁ ସାହାଯ୍ୟ କିଏ କରିବ। ଏପରି ଭୁଲ ପାଇଁ ଦୋଷୀଙ୍କୁ ନିହାତି ଦଣ୍ଡ ମିଳିବ ଉଚିତ୍ କାରଣ ପ୍ରୟକ ଜୀବନ ମୂଲ୍ୟବାନ ।