
ରାଜ୍ୟରେ ବାତ୍ୟା ପାଇଁ ବଦଳିଛି ପାଗ। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଳ ପାଇଁ ରାଜ୍ୟରେ ଅନେକ ସ୍ଥାନରେ ପାଗରେ ପରିବର୍ତନ ଦେଖିବାକୁ ମିଳିଛି। ଏମିତିକି ଗତ କାଲି ପୁରୀ, ଭଦ୍ରକ ଓ ବାରିପଦାରେ ଭୀଷଣ ବର୍ଷା ହୋଇଛି। ତେବେ ଭୀଷଣ ବାତ୍ୟା ରେମାଲ ପଶ୍ଚିମ ବଙ୍ଗରେ ତାଣ୍ଡବ ରଚିଛି। ଗତକାଲି ଅଧ ରାତ୍ରରେ ସାଗର ଦ୍ଵିପ ଓ ଖେପୂପର ମଧ୍ୟରେ ସ୍ଥଳଭାଗ ଛୁଇଁଥିବା ସୂଚନା ମିଳିଛି। ତେବେ ଦୀଘା ସମୁଦ୍ର କୂଳରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା। ସେଠାରେ ସମୁଦ୍ରର ଲହରୀ ଅଧିକ ଦେଖିବାକୁ ମିଳିଥିଲା। ଯାହାପାଇଁ କାଲି ରାତି ୧ ରୁ ଆଜି ସକାଳ ୯ ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ସମସ୍ତ ଏଆର୍ ପୋର୍ଟରେ ଉଡାଣ ବନ୍ଦ କରାଯାଇଛି। ଏମିତିକି କିଛି ଟ୍ରେନ ମଧ୍ୟ କ୍ୟାନ୍ସେଲ କରା ଯାଇଛି ବାତ୍ୟା ପାଇଁ । କଲିକତା ପ୍ରଶାସନ ତରଫରୁ ଅନେକ ସ୍ଥାନରେ ରିଲିଫ କ୍ୟାମ୍ପ ମଧ୍ୟ ଖୋଲା ଯାଇଛି। ତେବେ ବାତ୍ୟା ରେମାଲ୍ ପାଇଁ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ବିଶେଷ ଭାବରେ ବଡ଼ ବଡ଼ ଗଛ ସବୁ ବାତ୍ୟା ପ୍ରଭାବରେ ଟଳି ପଡ଼ିଛି। ଯେହେତୁ ରାସ୍ତା ଉପରେ ଗଛ ପଡ଼ିଛି ସେଥିପାଇଁ ଯାତାୟତରେ ଅସୁବିଧା ଉପୁଜିଛି। ଗତକାଲି ରାତିରେ ବାତ୍ୟା ନେମାଲ ପଶ୍ଚିମ ବଙ୍ଗରେ ସିଭିଅର ସାଇକ୍ଲୋନିକ ରୂପ ନେଇଥିଲା। ତେବେ ଏବେ ଏହା ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି। NDRF ଟିମ୍ ନିଜର କାମ ଚଳାଇଛନ୍ତି। ତେବେ ଅଧିକ ପ୍ରଭାବ ହୋଇଥିବା ସ୍ଥାନରୁ ୧ ଲକ୍ଷ୍ୟ ୨୪ ହଜାର ବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରାଯାଇଛି।