November 8, 2024

କନ୍ଧମାଳ ଜିଲ୍ଲା କନୁଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତର ୧୬ ନମ୍ବର ଉଆଢ୍ ପାଇବର ସାହିର ଜନସାଧାରଣ ଦିର୍ଘ ବର୍ଷରୁ ପାନୀୟ ଜଳ ସମସ୍ୟା ଘେରରେ ରହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୬ କିଲୋ ମିଟର ଦୂରରେ ଏହି ପାଇବର ସାହି ରହିଥିବା ବେଳେ ଏହି ଗାଁର ଜନସଂଖ୍ୟା ୨୦୦ ରୁ ଉର୍ଦ୍ଧ। ଜନସାଧାରଣ ଚୂଆ ପାଣି ବ୍ୟବହାର କରି ଆସୁଥିଲେ ମଧ୍ୟ ବାରମ୍ବାର ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ବି କେହି ଶୁଣୁନାହାନ୍ତି ବୋଲି କହିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ପାଇବର ସାହିରେ ଗୋଟିଏ ନଳକୂପ ଥିବା ବେଳେ ସଠିକ୍ ଭାବରେ ଜଳ ମିଳୁନଥିବାରୁ ଗାଁର ଲୋକେ ଦିର୍ଘ ବର୍ଷରୁ ଚୂଆ ଝରଣା ପାଣି ବ୍ୟବହାର କରୁଛନ୍ତି। ଏହି ମୁଖ୍ୟ ସମସ୍ୟା ପାନୀୟ ଜଳ ଅଭାବରୁ ଏଠାକାର ଜନସାଧାରଣଙ୍କ ପାଇଁ ଚୁଆ ପାଣି ଏକ ମାତ୍ର ସାହାଭରଷା। ପାଣି ଟୋପାଏ ପାଇଁ ଅଞ୍ଚଳର ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଅଞ୍ଚଳର ବିକାଶ ପାଇଁ ସୋଲାର ଜଳ ପ୍ରକଳ୍ପ, ବସୁଧା ଯୋଜନା ମାଧ୍ୟମରେ ଗାଁକୁ ଗାଁ ଯୋଗାଇ ଦେଉଥିବା ବେଳେ ପାଇବର ସାହି ଗାଁରେ ଆଜିବି ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନା, ଯାହା ପାଇଁ ଏଠାକାର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଏହା ସହ ଚୁଆ ପାଣି ହିଁ ତାଙ୍କ ପାଇଁ ଏକ ମାତ୍ର ଆଶା ଭରଷା।

ତେଣୁ ପ୍ରଶାସନ ଏଥିପ୍ରତି ସଠିକ୍ ଦୃଷ୍ଟି ଆକର୍ଷଣ କରିବା ସହ ପାଇବର ସାହିକୁ ନଳକୂପ କିମ୍ବା କୂପ ନିର୍ମାଣ ପାଇଁ ଭବାନୀ ମଲିକ, ରିମତି ପ୍ରଧାନ, ଶାନ୍ତି ମଲିକ, ଲକ୍ଷ୍ମୀ ମଲିକ, ଝୁନୁ ସାହୁ, ସୁମିତ୍ରା ସାହୁ, ଅନିତା ବେହେରା, ବାସନ୍ତୀ ବିନ୍ଧାଣି, ସୁଦମତି ପ୍ରଧାନ, ଜନମତି ପ୍ରଧାନ, ଜାଜ୍ଞସିନି ପ୍ରଧାନ, ଗିରିଧର ମଲିକ ରେଣା ପ୍ରଧାନ, ସୁକଦେବ ବେହେରା ସମେତ ଗ୍ରାମ ବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *