ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ସ୍ଥିତି ରାଷ୍ଟ୍ରପତି ଭବନରେ ରବିବାର ଆୟୋଜିତ ସମାରୋହରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ମୋଦି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ପଣ୍ଡିତ ନେହେରୁ ୧୯୫୨, ୧୯୫୭ ଓ ୧୯୬୨ରେ ସାଧାରଣ ନିର୍ବାଚନ ଜିତି ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ।
ଉତ୍ତର ପ୍ରଦେଶର ବାରଣାସୀରୁ ଲଗାତର ତୃତୀୟ ଥର ସାଂସଦ ନିର୍ବାଚିତ ହୋଇଥିବା ମୋଦିଙ୍କ ଜନ୍ମ ଗୁଜରାଟର ବଡନଗରରେ ୧୯୫୦ ସେପ୍ଟେମ୍ବର ୧୭ରେ ହୋଇଥିଲା। ସେତେବେଳେ ସିଏ ୮ ବର୍ଷର ଥିଲେ ତେବେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂପର୍କରେ ଆସିଥିଲେ ୧୯୭୦ ମସିହାରେ, ସେ ସଂଘର ପ୍ରଚାରକ ହୋଇଥିଲେ। ୧୯୭୫ ସଂଘ ଦ୍ୱାରା ମୋଦିଙ୍କୁ ଗୁଜରାଟ ଲୋକ ସଂଘର୍ଷ କମିଟିର ମହାସଚିବ ଭାବେ ନିଯୁକ୍ତ କରାଯାଇଥିଲା। ଜରୁରୀକାଳୀନ ସମୟରେ ଗିରଫଦାରିରୁ ବର୍ତ୍ତିବା ପାଇଁ ମୋଦିଙ୍କୁ ଅଣ୍ଡରଗ୍ରାଉଣ୍ଡ ପାଇଁ ବାଧ୍ୟ ହେବାକୁ ପଡିଥିଲା ଓ ସେ ସରକାରକୁ ବିରୋଧ କରୁଥିବା ପାମ୍ପଲଟ ପ୍ରିଟିଂଗରେ ସାମିଲ ଥିଲେ। ୧୯୭୯ରେ ମୋଦିଙ୍କୁ ସଂଘ ସଂଭାଗ ପ୍ରଚାରକ କରାଯାଇଥିଲା ।
୧୯୮୭ରେ ମୋଦିଙ୍କୁ ବିଜେପିର ଗୁଜରାଟ ସମୁଦାୟର ସଂଗଠନ ସଚିବ ଭାବେ ଦାୟିତ୍ୱ ମିଳିଥିଲା। ମୋଦିଙ୍କୁ ୧୯୯୬ରେ ବିଜେପି ମହାସଚିବ ଭାବେ ପଦୋନ୍ନତି କରାଯାଇଥିଲା। ମୋଦି ୧୯୯୦ରେ ଲାଲକୃଷ୍ଣ ଆଡଭାନୀଙ୍କ ରାମରଥଯାତ୍ରା ଓ ୧୯୯୧ରେ ମୁରଲୀ ମନୋହର ଜୋଶୀଙ୍କ ଏକତା ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ୨୦୦୧ରେ କେଶୁଭାଇ ପଟେଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ଏବଂ ବିଜେପି ଉପନିର୍ବାଚନରେ କିଛି ରାଜ୍ୟରେ ବିଧାନସଭା ସିଟ୍ ହରାଇଥିଲା। ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ପଟେଲଙ୍କ ସ୍ଥାନରେ ମୋଦିଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦର କମାଣ ଦିଆଯାଇଥିଲା। ୨୦୦୧, ଅକ୍ଟୋବର ୭ରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୨, ଫେବୃୟାରୀ ୨୪ରେ ସେ ରାଜକୋଟ ବିଧାନସଭା କ୍ଷେତ୍ରରୁ ଉପନିର୍ବାଚନ ଜିତିଥିଲେ। ସେବେଠାରୁ ନେଇ ଲଗାତର ୨୦୧୪, ମେ ଯାଏ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହାପରେ ସେ ୨୦୧୪, ମେ ୨୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ।