February 17, 2025

ବର୍ତ୍ତମାନ ବଳଦିଚି ଲୋକଙ୍କ ଜୀବନଶୈଳୀ। କେବଳ ସେତିକି ନୁହେଁ ଏହା ସହିତ ଖାଦ୍ୟ ପେୟର ମଧ୍ୟ ପରିବର୍ତ୍ତନ ହୋଇଛି। ସେଥି ପାଇଁ ଖାସ କରି ଅନେକ ଲୋକେ ଜୀବନ ଶୈଳୀ ରୋଗ ଅର୍ଥାତ ଥାଇରଏଡ, ଡାଇବେଟିସ ଓ ଆଣ୍ଠୁ ଗଣ୍ଠି ଜନିତ ଭଳି ରୋଗରେ ପୀଡ଼ିତ ହେଉଛନ୍ତି।

ତେବେ ଥାଇରଏଡ ମଧ୍ୟ ଏକ ସାଧାରଣ ରୋଗ ନୁହେଁ। ଏହା ଯଦି ନିୟନ୍ତ୍ରଣରେ ନ ରୁହେ ଏହା ମୃତ୍ୟୁ ପର୍ଯ୍ୟନ୍ତ ନେଇଯାଇ ପରେ। କିନ୍ତୁ ଏହା ଭଲ ହେବାର ସମ୍ଭାବନା ମଧ୍ୟ ଅଛି। ନିଜ ଜୀବନଶୈଳୀକୁ ବଦଳାଇ ଏକକୁ ନିୟନ୍ତ୍ରଣ କରାଯାଇ ପାରିବ। ଥାଇରଏଡ ସମସ୍ୟା ସ୍ବାସ୍ଥ୍ୟକୁ ଅନେକ ପ୍ରକାର ଭାବରେ ପ୍ରଭାବିତ କରିଥାଏ। ଗଳାର ପଛ ଭାଗରେ ଥିବା ଥାଇରଏଡ ଗ୍ରନ୍ଥି ଆବଶ୍ୟକୀୟ ହର୍ମନ୍ ସବୁ ଡିସଚାର୍ଜ କରିଥାଏ। ଥାଇରଏଡ ଥିଲେ ଦେହ ଅନେକ ସମୟ ଦରଜ ଲାଗେ ଓ ଏହା ଛଡ଼ା ଅଣ୍ଠୁର ମାଂସପେଶୀ ମଧ୍ୟ ଦରଜ ହୋଇଥାଏ। ଏହାର ଲକ୍ଷଣ ପା ମଧ୍ୟ ଦେଖିବାକୁ ମିଳେ। ଥାଇରଏଡ ଗ୍ରନ୍ଥରେ ସମସ୍ୟା ପାଇଁ ପାଦ ସବୁବେଳେ ଥଣ୍ଡା ରହିଥାଏ। ଏହା ଛଡ଼ା ଆପଣଙ୍କୁ ନିଜ ପାଦରେ ଓ ଚେହେରାରେ ଅନେକ ସମସ୍ୟା ଦେଖିବାକୁ ମିଳେ।

ଏହା ସହ ଥାଇରଏଡ ସମସ୍ୟା ଥିବା ଲୋକଙ୍କର ହଜମ ଶକ୍ତି ମଧ୍ୟ ଠିକ୍ ନଥାଏ। ନର୍ମାଲ ପରିବେଶରେ ମଧ୍ୟ ଥଣ୍ଡା ଲାଗିବା ଏହାର ଆଉ ଏକ ଲକ୍ଷଣ। ଜଏଣ୍ଟ ଓ ମାଂସପେଶୀ ବିନ୍ଧିବା, ଡିପ୍ରେଶନ, ଶୁଖିଲା ଚେହେରା ଓ ଏହା ଛଡ଼ା ଦିନସାରା ଥକା ଅନୁଭବ କରିବା ହେଉଛି ଏହାର ମୁଖ୍ୟ ଲକ୍ଷଣ। ତେବେ ଆପଣ ଏହି ସବୁ ଲକ୍ଷଣ ଦେଖୁଥିଲେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ନିଜର ଖାଦ୍ୟପେୟ ପରିବର୍ତ୍ତନ କରିବା ସହିତ ସଠିକ୍ ଔଷଧ ସେବନ କଲେ ଏହା ଠିକ୍ ହୋଇପାରେ ।

Leave a Reply

Your email address will not be published. Required fields are marked *