November 8, 2024

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ଆଜି ପ୍ରକାଶ ପାଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଅପରାହ୍‌ଣରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଛି। ବିଜେପି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କୁ ଚୟନ କରିଛି। ମୋହନ ମାଝୀ କେନ୍ଦୁଝରରୁ ତିନି ଥର ବିଧାୟକ ହୋଇଛନ୍ତି।ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ସେମାନେ ହେଲେ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା।
ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି କ୍ରମେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏଥି ସହିତ ଓଡ଼ିଶା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହୋଇଯାଇଛି। ତେବେ ତାଙ୍କ ଜୀବନୀ ଓ ରାଜନୈତିକ କ୍ୟାରିଅର ବିଷୟରେ କହିବାକୁ ଗଲେ ମୋହନ ମାଝୀ କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ରାଇକଳାରେ ୧୯୭୨ ମସିହା ଜାନୁଆରି ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଗୁନାରାମ ମାଜି। ସେ ଡକ୍ଟର ପ୍ରିୟଙ୍କା ମାରାଣ୍ଡିଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ପୁଅ ଅଛନ୍ତି। ମୋହନ ଚରଣ ମାଝୀ ସରପଞ୍ଚ ଭାବରେ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୯୭ ରୁ ୨୦୦୦ ମଧ୍ୟରେ ସେ ଏହି ଦାୟୀତ୍ୱ ଗ୍ରହଣ କରିଥିଲେ। ୧୯୯୭ ରେ ସେ ବିଜେପି ଓଡିଶା ଆଦିବାସୀ ମୋର୍ଚ୍ଚାର ସଚିବ ଦାୟୀତ୍ୱ ଗ୍ରହଣ କରିଥିଲେ। ଏହା ବ୍ୟତୀତ ମୋହନ ୟୁବଜୋଟି କ୍ଲବର ସଭାପତି ରହିଛନ୍ତି। ବାବା ଧବଳେଶ୍ଵର ମହାଦେବ ମନ୍ଦିର କମିଟିର ସଦସ୍ୟ, ରାଇକେଳା ଏବଂ ବିଜେପି ଓଡିଶା ଏସଟି ମୋର୍ଚ୍ଚା ଭଳି ସ୍ଥାନୀୟ ସ୍ତରରେ ମଧ୍ୟ କାର୍ଯ୍ୟ କରିଥିଲେ।

ଶ୍ରୀ ମୋହନ ଜଣେ ଫୁଟବଲ ଖେଳାଳି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମୋହନ ତାଙ୍କ ସମ୍ପତ୍ତି ୧.୯୭ କୋଟି ସମ୍ପତି ଅଛି ବୋଲି ଘୋଷଣା କରିଥିଲେ। ବୃତ୍ତି ଅନୁଯାୟୀ ସେ ନିଜକୁ ଜଣେ କୃଷକ ଏବଂ ସାମାଜିକ କର୍ମୀ ଭାବରେ ବର୍ଣ୍ଣନା କରନ୍ତି। ସେ ୧୯୯୩ ରେ ସିଏସ୍ କଲେଜ ଚମ୍ପୁଆରୁ ସେ ବିଏ କରିଥିଲେ। ଏହା ପରେ, ମୋହନ ୨୦୧୧ ଢେଙ୍କାନାଳ ଆଇନ କଲେଜରୁ LLB କରିଥିଲେ। ସେ ଭ୍ରମଣ କରିବାକୁ ଏବଂ ଖେଳକୁ ଖୁବ୍ ଭଲ ପାଆନ୍ତି ବୋଲି କହିଛନ୍ତି।

ସେ ୨୦୦୦, ୨୦୦୪, ୨୦୧୯ ଓ ୨୦୨୪ରେ ବିଜେପି ଟିକେଟ୍‌ରେ କେନ୍ଦୁଝର ଆସନରୁ ବିଜୟୀ ହୋଇଛନ୍ତି। ୨୦୦୫ ଫେବୃୟାରୀ ମାସ ୨୮ରୁ ୨୦୦୯ ମାର୍ଚ୍ଚ ୯ ତାରିଖ ଯାଏଁ ସେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ଥିଲେ। ତେବେ କାଲି ହୋଇଥିବା ବୈଠକରେ ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ। ସେମାନେ ନିବନିର୍ବାଚିତ ବିଧାୟକ ଓ ୨୦୦୫ ଫେବ୍ରୁଆରି ୨୮ରୁ ୨୦୦୯ ମାର୍ଚ୍ଚ ୯ ତାରିଖ ଯାଏଁ ସେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ଥିଲେ।

ଏହି ବୈଠକରେ ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ । ସେମାନେ ନିବନିର୍ବାଚିତ ବିଧାୟକ ଓସାଂସଦମାନଙ୍କ ସହିତ ଆଲୋଚନା କରିଥିଲେ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ
ବୈଷ୍ଣବ, ସାସଂଦ ସଙ୍ଗୀତା ସିଂଦେଓ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ରୁଦ୍ର ପାଣି, ପ୍ରଦୀପ ପାଣିଗ୍ରାହୀ, ବିଧାୟକ ସୁରେଶ ପୂଜାରୀ,
କନକବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁଗତ ମାସ ୧୩ ତାରିଖ ଠାରୁ ୪ଟି ପର୍ଯ୍ୟାୟ(ମେ ୧୩, ୨୦, ୨୫ ଓ ଜୁନ୍ ୧)ରେ ମତଦାନ ହୋଇଥିଲା । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିଛି । ବିଜେପି ୭୮ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଛି । ବିଜେଡିକୁ ୫୧, କଂଗ୍ରେସକୁ ୧୪ଟି ଆସନ ମିଳିଛି । ତେବେ ସର୍ବ ପ୍ରଥମେ ଗରିବ ଲୋକଙ୍କ କଥା ବୁଝିବି, ତାଙ୍କର ଅଧା ପେଟ ଖାଦ୍ୟକୁ ପୁରା କରିବି ବୋଲି ସେ କହିଛନ୍ତି। ସାଧାରଣ ଜନତାଙ୍କ କଥା ପ୍ରଥମେ ସରକାର ବୁଝିବେ ବୋଲି ସେ କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ। ତେବେ ନୂଆ ମନ୍ତ୍ରୀଙ୍କୁ ନେଇ ସାଧାରଣ ଜନତା ମଧ୍ୟ ଉତ୍ସାହିତ, ଲୋକଙ୍କ ମନରେ ଅନେକ ପ୍ରଶ୍ନ, ତେବେ ତାଙ୍କର ସତ୍ୟ ପାଠ ଅନୁସାରେ ମୋହନ ମାଝୀଙ୍କର ପ୍ରାୟ ଏକ କୋଟି ସତାଲବେ ଲକ୍ଷ ଟଙ୍କାର ସମ୍ପତି ରହିଛି। ଏଥିରେ ତାଙ୍କ ପତ୍ନୀଙ୍କ ସମ୍ପତି ମଧ୍ୟ ରହିଛି , ତେବେ ଉଭୟ ପାଟି ପତ୍ନୀ ପ୍ରାୟ ପଞ୍ଚାଲବେ ଲକ୍ଷର ରୂଣ କରିଛନ୍ତି। ତେବେ ତାଙ୍କର ଆବାସିକ ଘର ନାହିଁ ବୋଲି ଜଣା ପଡିଛି। ଏମିତିକି ତାଙ୍କର ରାଜଧାନୀରେ ମଧ୍ୟ ଘର ନାହିଁ। ତାଙ୍କ ସ୍ତ୍ରୀଙ୍କ ନାମରେ କେବଳ ଗୋଟିଏ ପେଟ୍ରୋଲ ପମ୍ପ ରହିଛି। ତେବେ ଆଜି ସନ୍ଧ୍ୟା ୫ ଟା ସମୟରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ ଗ୍ରହଣ କରିବେ। ତେବେ ଜଣେ ଅଧିବାସୀ ପିଲା ହିସାବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଥିବାରୁ ସେ ଖୁସି ଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *