ବସ ଚାଲିଛି, ହେଲେ ଯାତ୍ରୀ ନାହାଁନ୍ତି, ଯାତ୍ରାଙ୍କ ଲକ୍ଷ୍ୟକୁ ବୁଝି ପାରୁ ନାହାଁନ୍ତି ସରକାର, ସରକାର କହିଲେ ଗାଁ ଓ ପଂଚାୟତରୁ ବ୍ଲକ୍ , ଓ ବ୍ଲକ୍ ରୁ ପଞ୍ଚାୟତ, କିନ୍ତୁ ଦଶ କିଲୋମିଟର ରାସ୍ତା କୁ ୨୫ କିଲୋମିଟର ବୁଲିବାକୁ ଚାହୁଁନାହାଁନ୍ତି ଯାତ୍ରୀ, ଆମେ କହୁଛୁ ଲକ୍ଷ୍ମୀ ବସର ସେବାକୁ ଠିକ୍ ରେ ଉପଭୋଗ କରି ପାରୁ ନାହାଁନ୍ତି ରଣପୁର ବ୍ଲକ୍ ର ଚାରୋଟି ପଞ୍ଚାୟତର ବାସିନ୍ଦା। ରଣପୁର ରେ ଲକ୍ଷ୍ମୀ ବସ ଚାଲୁ କିନ୍ତୁ ରୁଟ ର ପରିବର୍ତନ ହେଉ I ଏକଥା ଆମେ କହୁନୁ, କହୁଛନ୍ତି ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର, ଖଇରପଲ୍ଲି, ଗଡ ବାଣୀକିଲୋ, ତାଳକଣୀ ପଂଚାୟତ ବାସୀ ।ଗ୍ରାମାଞ୍ଚଳ ଜନତାଙ୍କ ଗାଁ ରୁ ବ୍ଲକ୍ ଯିବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନା ଠିକ୍ ଠାକ୍ ଲଗୁଥିଲେବି , ଠିକ୍ ରୁଟ କରାଯାଇ ନଥିବାରୁ ଯୋଜନା ର ଲାଭ ଉଠାଇ ପାରୁ ନାହାଁନ୍ତି ଏହି ଚାରୋଟି ପଞ୍ଚାୟତର ବାସିନ୍ଦା ମାନେ। ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ବ୍ୟୟରେ ଚାଲୁ ଥିବା ଲକ୍ଷ୍ମୀ ବସର ଲକ୍ଷ୍ୟ ଏଠି ବାଟ ବଣା ହେବାରେ ଲାଗିଛି। କୁଳାସର ରୁ ରଣପୁର ବ୍ଲକ୍ ମାତ୍ର ତେର କିଲୋମିଟର ହୋଇଥିବା ବେଳେ ଏହା ଓଲଟା ରାଜସୁନାଖଳା ଯାଇ ପୁଣି କାସନ୍ଦା, ସୂର୍କାବାଡି ଦେଇ ବୁଲୀ ବୁଲି  ରଣପୁର ଯାଉ ଥିବାରୁ ସାଧାରଣ ଲୋକେ ଏହି ରୁଟ କୁ ଚାହୁଁ ନାହାଁନ୍ତି, ଏହି ଚାରୋଟି ପଞ୍ଚାୟତର ଜନ ସାଧାରଣ ବ୍ଲକ୍ କୁ ଲକ୍ଷ୍ମୀ ବସ ରେ ଯିବାକୁ ପସନ୍ଦ କରୁନାହାଁନ୍ତି। ଯଦି ସିଧସଳଖ ଏହି ଚାରୋଟି ପଞ୍ଚାୟତ ଦେଇ ବ୍ଲକ୍ କୁ ଲକ୍ଷ୍ମୀ ବସ ଯାଆନ୍ତା ତେବେ ଅଧିକା ଯାତ୍ରୀ ହୋଇ ପାରନ୍ତେ ଓ ଯୋଜନା ସଫଳ ହୋଇ ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *