ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ଯାହାକି ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠ ସ୍ଥଳୀ ଭାବେ ପରିଚିତ। ସେପଟେ ଚାନ୍ଦ ପୁର ମଧ୍ୟ  ଏକ ପ୍ରମୁଖ ବ୍ୟବସାୟୀକ ସ୍ଥଳ। ଦୁଇଟି ଯାକ ସ୍ଥାନ ଦେଇ ଜାତୀୟରାଜପଥ ୫୭ ଓ ୧୬ ଯାଇଛି। ବର୍ତମାନ ଏହି ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାଟି ପି  ଡବ୍ଲୁ ଡି ଅଧୀନରେ ସମ୍ପ୍ରସାରିତ ହେଉଥିଲେ ବି ରାସ୍ତା ଟିରେ ମାତ୍ରା ଧିକ ଭାରି ଯାନ ଯାତାୟାତ ସାଙ୍ଗକୁ ସ୍କୁଲ, କଲେଜ୍, ଯାତ୍ରୀବାହୀ ବସ୍ ଆଦି ଯାନ ବାହନ ଚଳାଚଳ ହେବା ଦ୍ୱାରା ରାସ୍ତାଟି ବ୍ୟସ୍ଥ ବହୁଳ ହୋଈ ପଡ଼ିଛି। ଦୁଇଟି ସ୍ଥାନର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଏହି ରାସ୍ତାଟି ରଣପୁର ବ୍ଳକ୍, ରଣପୁର ନିର୍ବାଚନ ମଣ୍ଡଳୀ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦେଇ ଯାଇଛି। ଉକ୍ତ ଅଂଚଳରେ ପ୍ରମୁଖ ଦର୍ଶନୀୟ ସ୍ଥାନ ଗୁଡିକ ଯେମିତିକି ଉପର ମଣୀନାଗ, ତଳ ମଣିନାଗ, ଅସୁର କୁମାରୀ, କୋଟଗଡ଼ ପାର୍କ, ମା ଖିଲା ମୁଣ୍ଡା ପୀଠ , କୋଟଗଡ଼ ଅନନ୍ତ ଆଶ୍ରମ ଆଦି ଅନେକ ଗୁଡ଼ିଏସ୍ଥାନକୁ କାହିଁ କେତେ ଦୂରରୁ ଲୋକମାନେ ଆସନ୍ତି।ରଣପୁର ନିର୍ବାଚନ ମଣ୍ଡଳୀର ଜନ ସଂଖ୍ୟା ପ୍ରାୟ ଏକ ଲକ୍ଷ ଅଶି ହଜାରରୁ ଉର୍ଦ୍ଧ୍ବ । ସେପଟେ ସୁନାଖଳା ଦେଇ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପଥ ଯାଇଛି ଯାହାକି ରଣପୁର ଠାରୁ ୧୩ କିଲୋମିଟର ଦୂର। ଆଉ ଗୋଟିଏ ପାର୍ଶ୍ୱରେ କାଳୁପଡା ଘାଟ ଦେଇ ଭୁବନେଶ୍ୱର – ହାଇଦ୍ରାବାଦ ରେଳ ପଥ ଯାଇଛି ଯାହାକି ରଣପୁର ଠାରୁ ମାତ୍ର ୨୫ କିଲୋ ମିଟର ଦୂର ଅଟେ । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯେଉଁ  ରୂପାନ୍ତରିତ ଓଡ଼ିଶା ଓ ବିକଶିତ ଭାରତ ର ସ୍ବପ୍ନ ଦେଖୁଛନ୍ତି , ରଣପୁର କୁ ଯଦି ଯଥା ଶୀଘ୍ର ରେଳପଥ ସଂଯୋଗ ଓ ଜାତୀୟ ରାଜପଥ ସଂଯୋଗ କରାଯିବ, ତାହାଲେ ଏହା ରୂପାନ୍ତରିତ ଓଡ଼ିଶା ଓ ବିକଶିତ ଭାରତ ର ଏକ ଅଂଶ ବିଶେଷ ହୋଇ ପାରିବ ବୋଲି ରଣପୁର ବାସୀ ଭାବନ୍ତି। ରାଜସୁନାଖଳା – କାଳୁପଡା ଘାଟ ରେଳପଥ ସଂଯୋଗ  ଏବଂ ରାଜ ସୁନାଖଳା – ଚାନ୍ଦପୁର ଜାତୀୟ ରାଜପଥ ସଂଯୋଗ ନିମନ୍ତେ ଗତ କାଲି ରବିବାର ଅପରାହ୍ନରେ ରଣପୁର କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଦେବୀ ପ୍ରସାଦ ସାମନ୍ତରାୟଙ୍କ ଆହ୍ବାନ କ୍ରମେ ରଣପୁର ସ୍ଥିତ ବଡ଼ କୂଅ ସାହି ବାସ ଭବନ ଠାରେ ଏକ ପ୍ରେସ ମୀଟ ର ଅୟୋଜନ କରାଯାଇ ଥିଲା। ଏଥିରେ ରଣପୁର ବାର ଆସୋସିଏସନ୍ ର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଗିରିଜା କାନ୍ତ ମିଶ୍ର, ବର୍ତ୍ତମାନ ସଭାପତି ବାର ଆସୋସିଏସନ୍ ରଣପୁର ର ସୁବାଷ ଚନ୍ଦ୍ର ଜେନା, ଆଇନଜୀବୀ ପ୍ରିୟବ୍ରତ ପ୍ରହରାଜ, ପୂର୍ବତନ ସରପଂଚ ଗୌରାଙ୍ଗ ପୁର ପଞ୍ଚାୟତ ପୁର୍ଣ୍ଣ ଚନ୍ଦ୍ର ରାୟ, ଆଇନ ଜିବି ଉମେଶ ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ରାଇ କିଶୋର ମହାନ୍ତି,ଆଦି ଉପସ୍ଥିତି ରହି ଏହି ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା। ଏହି ପ୍ରସ୍ତାବ କୁ ସାକାର କରିବା ନିମନ୍ତେ ମାନ୍ୟବର ମହାମହିମ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ରାଜ୍ୟ ପାଳ, ରେଳ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ ପାଈଁ ନିଷ୍ପତି ନିଆଯାଇଥିଲା। ପରବର୍ତ୍ତୀ  କାର୍ଯ୍ୟକ୍ରମ ପାଇଁ ଏକ ମାସ ପରେ ପୁନର୍ବାର ମିଟିଂ କରିବା ନିମନ୍ତେ  ଆବାହକ ଶ୍ରୀ ସାମନ୍ତରାୟଙ୍କୁ ପ୍ରସ୍ତାବ ଦିଆ ଯାଇଛି। ପରବର୍ତ୍ତୀ ସମୟରେ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ( ସାଂସଦ ଓ ବିଧାୟକ) ଦାବୀ ପତ୍ର ଦିଆ ଯିବା।

Leave a Reply

Your email address will not be published. Required fields are marked *