November 9, 2024

ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଢା ପଂଚାୟତ ଦାଥୁନାମା ଗାଁରେ ଶନିବାର ଜଣେ ଯୁବକଙ୍କ ଧନୁତୀର ମାଡରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୁନାବେଡ଼ା ପଂଚାୟତ ଦାଥୁନାମା ଗାଁ ର ଜଲାରାମ ପହରିଆଙ୍କ ଧନୁତୀର ମାଡରେ ସୁନାବେଡା ପଂଚାୟତ ଖଡ଼ାଙ୍ଗଗାଁର ରାମଚନ ପହଁରିଆ ଟଳି ପଢିଛନ୍ତି । ସୂଚନା ମୁତାବକ ଦାଥୁନାମା ଗାଁର ଜଲାରାମ ପହରିଆ ଓ ଖଡାଙ୍ଗଗାଁର ରାମଚନ ପହରିଆଙ୍କ ମଧ୍ୟରେ ପୂର୍ବଶତୃତା ଲାଗି ରହିଥିଲା । ଆଗରୁ ଦୁଇ ଜଣକ ମଧ୍ୟରେ ଗାଳି ଗୁଲଜ ଲାଗି ରହିଥାଏ । ଶନିବାର ମଧ୍ୟାହ୍ନ ୨ ଟା ସମୟରେ ରାମଚନ କୌଣସି କାମରେ ଦାଥୁନାମା ଗାଁ କୁ ଆସିଥିଲେ । ରାମଚନକୁ ଦେଖିବାପରେ ଜଲାରାମ ଉତ୍ୟକ୍ତ ହୋଇ କାନ୍ଧରେ ଧରିଥିବା ଧନୁତୀର ବାହାର କରି ବିନ୍ଧି ଦେଇଥିଲା। ତୀର ଯାଇ ସିଧା ସଳଖ ରାମଚନଙ୍କ ଛାତିରେ ବାଜିଥିଲା । ରାମଚନ କିଛିକ୍ଷଣ ଝଟପଟ ହେଲା ପରେ ଜୀବନ ଚାଳି ଯାଇଥିଲା I ମୃତ୍ୟୁ ହେଲା ପରେ ଜଲାରାମ ଛାଡିରୁ ତୀର ବାହାର କରି ଘଟଣା ସ୍ଥଳରେ ଜଗି ରହିଛି । ପାଖକୁ ଯିଏ ଆସିଲେ ଜୀବନରେ ମାରିଦେବି ବୋଲି କହୁଥିବାରୁ ଅଂଚଳ ଲୋକ ଭୟରେ ପାଖକୁ ଯାଇ ନାହାନ୍ତି । ମୃତ ରାମଚ଼ନଙ୍କ ସ୍ତ୍ରୀ ଓ ଗୋଟେ ଛୋଟ ଝିଅ ରହିଥ‌ିବା ସୂଚନା ମିଳିଛି । ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ବର୍ତମାନ ସୁଦ୍ଧା ଘଟଣା ସ୍ଥଳକୁ ପୋଲିସ ପହଞ୍ଝ ନାହିଁ । ଘଟଣା ସ୍ଥଳରେ ମୃତଦେହ ପଡି ରହିଛି । ଏ ସଂକ୍ରାନ୍ତରେ କୋମନା ଥାନା ଅଧିକାରୀ ସୁମନ୍ତ ନାଏକଙ୍କୁ ପଚାରିବାରୁ ସେ କହିଥିଲେ, ରାତ୍ରି ହୋଇଯିବାରୁ ଅଭୟାରଣ୍ୟ ଭିତରକୁ ଯିବା ସମ୍ଭବ ନୁହଁ । ରବିବାର ସକାଳୁ ଯାଇ ଶବ ଆଣି ବ୍ୟବଛେଦ କରି ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *