November 8, 2024

ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀ ମାନେ ୧୦ମ ପରୀକ୍ଷା ଦେଇଥିଲେ ସେମାନଙ୍କର ଆଜି ବାହାରିଛି ପରୀକ୍ଷା ଫଳ । ଯେଉଁମାନଙ୍କର ଭଲ ରେଜଲ୍ଟ ହୋଇଛି ସେମାନେ ନିଜ ପରିବାର ଏବଂ ନିଜ ବନ୍ଧୁବାନ୍ଧବଙ୍କୁ ମିଠା ଖୁଆଇ ଖୁସି ମନାଉଛନ୍ତି । ତ ଯେଉଁମାନଙ୍କର ରେଜଲ୍ଟ ଖରାପ ହୋଇଛି କେହି ମନ ଦୁଃଖ କରି ଘରୁ ବହରୁନାହାନ୍ତି ତ ଆଉ କିଏ ଚରମ ନିଷ୍ପତି ନେଇ ନିଜ ଜୀବନ ହାରିଦେଇଛନ୍ତି । ହଁ ଆଜ୍ଞା ଆଜି ଜଣେ ୧୦ମ ଶ୍ରେଣୀର ଛାତ୍ର ମାଟ୍ରିକ ପରୀକ୍ଷାରେ ପାସ ହୋଇଛନ୍ତି ସତ କିନ୍ତୁ କମ ନମ୍ବର ଥିବାରୁ ଚରମ ନିଷ୍ପତି ନେଇ ନିଜ ଘର ଫ୍ୟାନରେ ଏକ ପିନ୍ଧା ଶାଢୀରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼ ଜଗନ୍ନାଥ ସାହିରେ ଭଡା ଘରେ ରହୁଥିବା ବ୍ରଜକିଶୋର ପଣ୍ଡାଙ୍କ ପୁଅ ପ୍ରଜ୍ଞାନ ପଣ୍ଡା । ୧୦ ଶ୍ରେଣୀର ଛାତ୍ର ପ୍ରଜ୍ଞାନ ପଣ୍ଡା ବାପା, ମାଆଙ୍କର ଗୋଟିଏ ବୋଲି ଗେଲ୍ହା ପୁଅ କେତେ ସ୍ନେହ ଶ୍ରଧାରେ ଛୋଟରୁ ବଡ଼ ହୋଇଥିଲା, ପୁଅକୁ ନେଇ ବାପ ମା କେତେ ଯେ ସ୍ୱପ୍ନ ଦେଖିଥିଲେ କିନ୍ତୁ ବାପ ମାଙ୍କ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ପ୍ରଜ୍ଞାନଙ୍କ ବାପା ବ୍ରଜକିଶୋର ଯାହାଙ୍କ ଘର ସଙ୍ଖଚିଲା କିନ୍ତୁ ତାଙ୍କ ପରିବାର ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ସୁକିନ୍ଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ଭଡା ଘରେ ବସବାସ କରନ୍ତି । ବ୍ରଜକିଶୋର ନିଜ ପରିବାର ପ୍ରତିପୋଷଣ କରିବା ପାଇଁ କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟରେ ଅନସ୍କିଲ ଭାବେ କାମ କରନ୍ତି । ବ୍ରଜକିଶୋରଙ୍କ ଦରମା ଟଙ୍କାରେ ଘର ଚଳିବା, ଘର ଭଡା, ପୁଅକୁ ପାଠ ପଢ଼ାଇବା ଇତ୍ୟାଦି ଅନ୍ୟାନ୍ୟ ଖର୍ଚ୍ଚ ସବୁ ତୁଟାଇ ପାରନ୍ତି ନାହିଁ । ଫଳରେ ପ୍ରଜ୍ଞାନଙ୍କ ମା ମଧ୍ୟ ସୁକିନ୍ଦାଗଡ଼ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଛୋଟ ଛୋଟ ଛୁଆଙ୍କୁ ପାଠ ପଢ଼ାନ୍ତି । ପ୍ରଜ୍ଞାନଙ୍କ ସାଙ୍ଗମାନଙ୍କ କହିବା କଥା ତାଙ୍କ ସାଙ୍ଗ ପ୍ରଜ୍ଞାନ ଜଣେ ଭଲ ଛାତ୍ର ଥିଲେ, ଭଲ ପାଠ ପଢୁଥିଲେ, କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ, ଜୀବନରେ ବଡ଼ ଲକ୍ଷ ରଖିଥିଲେ କିନ୍ତୁ ତାଙ୍କର ସବୁ ଆଶା ଆଶାରେ ହିଁ ରହିଗଲା । ପ୍ରଜ୍ଞାନ ଯେଭଳି ପାଠ ପଢୁଥିଲେ ତଳ କ୍ଳାସରୁ ଏ ପର୍ଯ୍ୟନ୍ତ ସବୁ କ୍ଲାସରେ ପ୍ରଥମ ହେଉଥିଲେ କିନ୍ତୁ ଆଜି ୧୦ ପରୀକ୍ଷା ଫଳ ବାହାରିବା ପରେ ୩୦୬ ମାର୍କ ରଖିଛନ୍ତି ବୋଲି ବିଶ୍ବାସ କରିପାରି ନଥିଲେ ଅଶାରୁ କମ ମାର୍କ ରହିବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ବ୍ରଜକିଶୋରଙ୍କ ପରିବାର ରହୁଥିବା ଭଡା ଘରେ ତାଙ୍କ ପୁଅ ପ୍ରଜ୍ଞାନ ଫ୍ୟାନରେ ଝୁଲୁଥିବାର ପରିବାର ଲୋକ ଦେଖି ପ୍ରଥମେ ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ ସୁକିନ୍ଦା ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଜ୍ଞାନଙ୍କ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଦେଖିବାକୁ ମିଳିଥିଲା I

Leave a Reply

Your email address will not be published. Required fields are marked *