
ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। କହିବାକୁ ଗଲେ ବିଶ୍ଵର ପ୍ରାୟ ସତ ପ୍ରତିଶତ ଲୋକ ଏହି ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି। କାରଣ ଫୋଟୋ କିମ୍ବା ଫାଇଲ ଟ୍ରାନ୍ସଫର୍ କରିବା ଠାରୁ ନେଇ ସମସ୍ତ ପ୍ରକାର ସେୟରିଂ ପାଇଁ ଏହି ହ୍ୱାଟ୍ସଆପକୁ ୟୁଜର୍ସମାନେ ଅଧିକ ପସନ୍ଦ କରନ୍ତି। ତେବେ ମେଟା ଅଧୀନରେ ଥିବା ଏହି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ ଅନେକ ସମୟରେ ନିଜର ୟୁଜର୍ସଙ୍କ ପାଇଁ ନୂଆ ନୂଆ ଅପଡେଟ ଆଣିଥାଏ। ତେବେ ଆଗକୁ ଆସିବାକୁ ଯାଉଛି ଅନ୍ୟ ଏକ ବଡ଼ ଅପଡେଟ। ହ୍ୱାଟ୍ସଆପ ନିଜର ବ୍ୟବହାରକାରୀଙ୍କ ପାଇଁ ଖୁବ୍ ଶୀଘ୍ର AI ଫିଚର୍ ଆଣିବାକୁ ଯାଉଛି। ଯାହାକି ଏହାର ଏକ ବଡ଼ ଓ ଭଲ ଫିଚର। ଏହି ଫିଚର୍ ମାଧ୍ୟମରେ କୌଣସି ୟୁଜର୍ସ ନିଜର ପ୍ରୋଫାଇଲ୍ ଫଟୋ ତିଆରି କରି ପାରିବେ। ଏହି ନୂଆ ଫିଚର୍ ବ୍ୟବହାରକାରୀଙ୍କ ପାଇଁ ଖାସ୍ ହେବାକୁ ଯାଉଛି। ହ୍ୱାଟ୍ସଆପ ର AI ଫଟୋ ଫିଚର୍ ପ୍ରଥମେ ଆଣ୍ଡ୍ରଏଡ ଓ ପରେ IOS ୟୁଜର୍ସଙ୍କ ପାଇଁ ଆସିବ। AI ପ୍ରୋଫାଇଲ୍ ଫଟୋ ଫିଚର୍ ର ବର୍ତ୍ତମାନ ବିଟା ଟେଷ୍ଟିଂ ହେଉଛି।
ୟୁଜର୍ସ ଏହି ଫିଚର୍ ସାହାଯ୍ୟରେ (ଏଆଇ) AI ଷ୍ଟିକର ମଧ୍ୟ ତିଆରି କରି ପାରିବେ। ଯାହା ସେମାନଙ୍କ ପାଇଁ ଏକ ଭଲ ଏକ୍ସପେରିଏନ୍ସ ହେବ।ରିପୋର୍ଟ ଅନୁଯାୟୀ ଏହି ଫିଚରରେ ୟୁଜର୍ସଙ୍କୁ ଫଟୋ କଷ୍ଟମାଇଜ୍ କରିବାକୁ ମଧ୍ୟ ବିକଳ୍ପ ମିଳିବ। ହ୍ୱାଟ୍ସଆପ ର AI ଫଟୋ ଫିଚର୍ ୟୁଜର୍ସଙ୍କ ପ୍ରାଇଭେସିକୁ ମଧ୍ୟ ମଜବୁତ୍ କରିବା। ଏହି ଫିଚର୍ ଜରିଆରେ ହ୍ୱାଟ୍ସଆପ ବ୍ୟବହାରକାରୀ ନିଜର ଅସଲି ଫଟୋକୁ ଲୁଚାଇ ପାରିବେ। ଏହି ଫିଚର୍ ଆସିଲା ପରେ ୟୁଜର୍ସଙ୍କ ଫଟୋ ସ୍କ୍ରିନସଟ୍ ନେଲେ ମଧ୍ୟ କୌଣସି ଅସୁବିଧା ହେବନି। ତେବେ ଏପର୍ଯ୍ୟନ୍ତ ଏହି ଫିଚରକୁ କେବେ ଅଣାଯିବ କୌଣସି ତାରିଖ ଘୋଷଣା କରାଯାଇ ନାହିଁ।