November 25, 2024

କୋଟଗଡ ଥାନା ଅନ୍ତର୍ଗତ ବଣ୍ଡାପିପିଲି ର ବାଡ଼ିପାଙ୍ଗାରେ ଯୁବକକୁ ଘରୁ ଡାକିନେଇ ଜୀବନରୁ ମାରି ଫିଙ୍ଗିଦେଇଛନ୍ତି ମାଓବାଦୀ।
ଘଟଣା ସ୍ଥଳରେ ଛାଡ଼ିଗଲେ ହାତଲେଖା ଚିଠି । ବର୍ଷକ ତଳେ ବଣ୍ଡାପିପିଲି ବଜାର ରେ ଦିନ ଦ୍ୱିପ୍ରହରରେ ରମେଶ ନାୟକକୁ ହତ୍ୟା କରିଥିଲେ ମାଓବାଦୀ। ଏବେ ପୁଣି ଏକ ଯୁବକକୁ ଘରୁ ଡାକିନେଇ ହତ୍ୟା କରିଛନ୍ତି ମାଓବାଦୀ। ୪୬ ଘଣ୍ଟା ପରେ ଯୁବକ ର ମୃତ ଶରୀର ଜଙ୍ଗଲ ରାସ୍ତାରେ ମିଳିବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପରିବାର ଲୋକଙ୍କ ସୂଚନାନୁଯାଇ ଗତ ଶନିବାର ବିଳମ୍ବିତ ରାତ୍ରିରେ ସବୁ ସୋଇଗଲା ପରେ ମେଟଲା ରଇତ ମଧ୍ୟ ନିଜ ସ୍ତ୍ରୀ ପରିବାର ସହ ଘରେ ସୋଇଥିଲା, ହେଲେ ହଠାତ ପନ୍ଦର ରୁ ଷୋହଳ ଜଣ ବନ୍ଧୁକ ଧାରି ଘର ଭିତରକୁ ପଶି ଆସିଲେ ଆଉ ମେଟଲାକୁ ସାଥୀରେ ନେଇ ଜଙ୍ଗଲକୁ ଚାଲିଗଲେ ଆଉ ନବବିବାହିତା ସ୍ତ୍ରୀ ମଧ୍ୟ ସାବିତ୍ରୀ ପରି ସ୍ୱାମୀ ପଛେ ପଛେ ଚାଲିଥିଲା କିନ୍ତୁ ତାକୁ ଜୋର କରି ଘରକୁ ଛାଡି ଦେଲେ ଆଉ କେହି କିଛି ବୁଝିବା ପୂର୍ବରୁ ମେଟଲାକୁ ନେଇଯାଇଥିଲେ।ଏବଂ ରବିବାର ସକାଳୁ ବାଡ଼ିପାଙ୍ଗା ର ନିକଟ ଜଙ୍ଗଲ ରାସ୍ତାରେ କେହି ମେଟଲା ର ମୃତ ଶରୀର କୁ ପକେଇ ଚାଲିଯାଇଥିଲେ |ତା ପରେ ପରିବାର ଲୋକେ ଖବର ପାଇ ଶବ ପଡ଼ିଥିବା ସ୍ଥାନକୁ ଯାଇଥିଲେ ତାଙ୍କ ସହ ମେଟଲା ସ୍ତ୍ରୀ ମଧ୍ୟ ଥିଲା |ଦେଖିଲା ବେଳକୁ ଘଟଣା ସ୍ଥଳରେ କିଛି ହାତ ଲେଖା ମାଓବାଦୀ ପୋଷ୍ଟର ମଧ୍ୟ ଶବ ନିକଟରେ ପଡିଥିଲା, ସେଥିରେ ଦଲାଲଗିରି ଛାଡି ଆତ୍ମ ସମର୍ପଣ କରନ୍ତୁ ନଚେତ ମେଟଲା ପରି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ଥିଲା। ଏହାସହ ପୋଷ୍ଟର ରେ ରାୟଗଡା ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ପୋଷ୍ଟର ଜରିଆରେ ଏ ହତ୍ୟାକାଣ୍ଡକୁ ନିଜକୁ ଦାୟି କରିଥିବା ଦେଖିବାକୁ ମିଳିଛି |କିନ୍ତୁ ଉକ୍ତ ଯୁବକ ର ବେକରେ ରଶି ବନ୍ଧା ହୋଇଥିବା ଚି଼ହ୍ନ ଥିବାରୁ ମାଓକାଣ୍ଡ ନା ହତ୍ୟା ସେ ନେଇ ପରିବାର ଲୋକେ ସନ୍ଦେହ ମଧ୍ୟ କରିଛନ୍ତି |ବଣ୍ଡାପିପିଲି ମୁଖ୍ୟ ରାସ୍ତା ଠାରୁ ବାଡ଼ିପାଙ୍ଗା ପର୍ଯ୍ୟନ୍ତ ଆଠ କିଲୋମିଟର ରାସ୍ତା ଅତ୍ୟନ୍ତ ଦୁର୍ଗମ ହୋଇଥିବା ରୁ ଘଟଣା ସ୍ଥଳରେ କୌଣସି ପୁଲିସ କି ସିଆରପିଏଫ ଯବାନ ପହଂଚି ନ ଥିବା ଜଣାପଡିଛି |ଗ୍ରାମବାସି ଅଦ୍ୟାବଧି ପୁରା ସ୍ତବ୍ଧ ହୋଇ ରହିଥିବା ବେଳେ ମାସେ ତଳେ ବିବାହ ହୋଇ ଆସିଥିବା ସ୍ତ୍ରୀ ର ମଧ୍ୟ ଆଖିରୁ ଲୁହ ଶୁଖିଯାଇଛି ଆଉ କିଛି ଜାଣିପାରୁନି କଣ ଏମିତି ଘଟିଲା କାହିଁକି ଏପରି ହେଲା ?

Leave a Reply

Your email address will not be published. Required fields are marked *