ଆଜି ଅର୍ଥାତ ଜୁନ ୧୦ ରେ ନୁହେଁ ଆସନ୍ତା ୧୨ ତାରିଖରେ ଶପଥ ନେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅର୍ଥାତ ୧୨ ରେ ହିଁ ଜଣା ପଡିବ। ବିଧାନସଭା ନିର୍ବାଚନରେ ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। କୁହାଯାଉଥିଲା ଜୁନ୍‌ ୧୦ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ତେବେ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି। ଏବେ ୧୨ ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ପ୍ରସ୍ତୁତି ବୈଠକ ପରେ ତାରିଖ ଘୋଷଣା କରାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ ଜୁନ୍ ୧୦ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏଥିରେ ପରିବର୍ତ୍ତନ ହୋଇଛି।

ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ଅନ୍ୟପକ୍ଷରେ ଏହି ରେସ୍‌ରେ ସୁରେଶ ପୂଜାରୀ, ମନମୋହନ ସାମଲ, ମୋହନ ମାଝି, କେ.ଭି ସିଂଦେଓ ଆଗରେ ରହିଛନ୍ତି। ତେବେ ସୋମବାର ସକାଳେ ଭାଜପା ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ଏହା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଜଣାପଡିବ। ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କ ସମେତ, ଅପରାଜିତା ଷଡଙ୍ଗୀଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ଉଠି ପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ ପାଇଁ ଭୁବନେଶ୍ୱରରେ ଦୁଇ ବରିଷ୍ଠ ନେତା ଆସିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଏବଂ ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ ପହଞ୍ଚିଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ କରିବେ ଏହି ଦୁଇ ବରିଷ୍ଠ ନେତା। ଭୁବନେଶ୍ୱରରେ ରହି କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଏହି ଦୁଇ ନେତା ଆସିଛନ୍ତି। ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜାରି ରହିଛି। ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଜନତା ମୈଦାନରେ ଏସପିଜି ଟିମ ସମେତ ଜଣେ ଡିଆଇଜି ରାଙ୍କର ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

କିଏ ହେବେ ମୁଖ୍ୟମନ୍ତ୍ରୀ, ସସପେନ୍ସ ଜାରି ରହିଛି। ଖୋର୍ଦ୍ଧା ଜିଲ୍ଲାପାଳ, ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ୍‌ କମିସନର ଓ ଭୁବନେଶ୍ୱର ଡିସିପି ଉପସ୍ଥିତି ରହି ତନ୍ନତନ୍ନ ଯାଞ୍ଚ କରିଛନ୍ତି । କଡାସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଥିବା ପୋଲିସ ଡିଜି କହିଛନ୍ତି। ବିମାନବନ୍ଦର, ପାର୍ଟି ଅଫିସ, ଭିଭିଆଇପିଙ୍କ ରହଣି ସ୍ଥଳୀ ଓ ଉତ୍ସବସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାସହ ଟ୍ରାଫିକ୍ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ।

Leave a Reply

Your email address will not be published. Required fields are marked *