ଫୁଲବାଣୀ କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା ଜଣା ପଡିଛି l ଗଞ୍ଜେଇ ଚାଲାଣ ହେଉଥିବା କୌଣସୀ ସୂତ୍ରରୁ ଖବର ମିଳିବା ପରେ ଅବକାରୀ ଅଧିକ୍ଷକ ଶ୍ରୀ ଝାସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ପୂର୍ଣ୍ଣ ଚନ୍ଦ୍ର ବେହେରା, ଏ ଏସ ଆଇ ଭବାନୀ ଶଙ୍କର ସେଠୀ,ଏସ ଆଇ ମୋବାଇଲ ସ୍କ୍ୱାର୍ଡ ସୁଜିତ କୁମାର ମୁଦୁଲି ଏବଂ ଭୃଗୁପତି ଦିଗାଲ,ଏସ ଆଇ ସଦାଶିବ ରଣା, ଏମ ସଞ୍ଜୀବ କୁମାର,ମିନତୀ ଗୁନ୍ତିଆ, ସଚିନ ଗୁରୁ ଅବକାରୀ କନେଷ୍ଟବଳ ଏବଂ ଷ୍ଟାଫ ମିଳିତ ଭାବରେ ଚଢ଼ାଉ କରି ଗୋଛାପଡା ପଞ୍ଚାୟତ ପୁରେଇପଦର ଗ୍ରାମର ଚିତ୍ତରଞ୍ଜନ ବିଶ୍ଵାଳଙ୍କ କଦଳୀ ବାଡ଼ିରେ ଥିବା କଦଳୀ ବଗିଚାରେ ୨୦ ଟି ବସ୍ତାରେ ଗଞ୍ଜେଇ ଚାଲାଣ କରିବା ଉଦ୍ଦେଶ୍ୟରେ ରଖାଯାଇ ଥିବା ଜାଣି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୨ କୁଇଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରିଥିଲେ l ଏଥି ସହିତ ଚିତ୍ତରଞ୍ଜନ କହଁରକୁ ଗିରଫ କରି ଏକ ମାମଲା, କେଶ ନମ୍ବର ୨୯/୨୪ ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି l କନ୍ଧମାଳ ଜିଲ୍ଲାରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ ବିଶ୍ୱବାନୀ ଲାଇଭ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *