ସାରା ଦେଶରେ ସାଧାରଣ ନିର୍ବାଚନର ଉଷ୍ମତା ଲାଗି ରହିଛି । ନିର୍ବାଚନ ଶେଷ ପର୍ଯ୍ୟୟରେ ପହଞ୍ଚିଥିଲେ ମଧ୍ୟ ଅନେକ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଖର ପଞ୍ଚାୟତରେ ମଧ୍ୟ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଗତକାଲି ମଧ୍ୟାହ୍ନରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏକ ନିର୍ବାଚନୀ ବାଇକ ଶୋଭାଯାତ୍ରା କରୁଥିଲେ। ଏହି ସମୟରେ ଓସରା ଗ୍ରାମ ନିକଟ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଦିଲ୍ଲିପ କୁମାର ବେହେରା ନାମକ ଜଣେ ବ୍ୟକ୍ତି ଏକ ସ୍କର୍ପିଓ ଗାଡିରେ ଦୃତ ଗତିରେ ଆସି ବାଇକ ଶୋଭାଯାତ୍ରା ଉପରେ ଚଢ଼ାଇ ଦେଇଥିଲେ। ଏଥିରେ ଜଣେ ବ୍ୟକ୍ତି ଙ୍କ ଗୋଡ ଭାଙ୍ଗି ଯାଇଥିବାବେଳେ ତିନିରୁ ଚାରିଟି ବାଇକୀ ଭାଙ୍ଗି ଯାଇଥିଲା। ଏହାପରେ ବାଇକ ଶୋଭାଯାତ୍ରାରେ ଯାଉଥିବା ବିଧାୟକ ଙ୍କ ସମର୍ଥକ ମାନେ ଉତ୍ୟକ୍ତ ହୋଇ ମାଣ୍ଡିଆ ଛକରେ ଥିବା ମା ମାର୍କେଟ କମ୍ପ୍ଲେକ୍ସରେ ଥିବା ଦିଲ୍ଲୀପ ଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ସମ୍ପୁର୍ଣ୍ଣ ଘଟଣାର ତଦନ୍ତ କରି ଦେଷିକୁ ଧରି ଉଚିତ ଦଣ୍ଡ ଦେବାକୁ ସ୍ଥାନୀୟ ବାସିନ୍ଧା ଦାବି କରିଛନ୍ତି । ତବେ ଖବର ପାଇ ଯାଜପୁର ଏସପି ଭିନିତ ଅଗ୍ରୱାଲ, ଏସ ଡି ପି ଓ ସଞ୍ଜୟ ପଟ୍ଟନାୟକ, ଧର୍ମଶାଳା ଓ ବଡଚଣା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିବା ସହ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଯାଜପୁର ଏସପି ଭିନିତ ଅଗ୍ରୱାଲ ।